ଋଷି କପୁରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆରପାରିରେ ଫିଲ୍ମ ଦୁନିଆର ବର୍ଷୀଆନ୍‌ ଅଭିନେତା ଋଷି କପୁର । ସାରା ଦେଶ ଏବେ ତାଙ୍କ ବିୟୋଗରେ ମର୍ମାହତ । ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କର ଦେହାନ୍ତ ପରେ ବଡ଼ କ୍ଷତି ସହିଛି । ଋଷି କପୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଭାରତୀୟ ସିନେମା ଜଣେ ମହାନ୍‌ ଅଭିନେତାଙ୍କୁ ହରାଇଲା’ ବୋଲି ଟୁଇଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

‘ଅନେକ ଚଳଚ୍ଚିତ୍ରରେ ଅଭିନୟର ପାଦଚିହ୍ନ ଛାଡ଼ିଯାଇଛନ୍ତି’ । ପରିବାରକୁ ସମବେଦନା ଜଣାଇଲେ ନବୀନ ପଟ୍ଟନାୟକ । ୬୭ ବର୍ଷ ବୟସରେ ମୁମ୍ବାଇର ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । କ୍ୟାନସରରେ ଦୀର୍ଘ ଦିନ ଧରି ଋଷି କପୁର ପୀଡ଼ିତ ଥିଲେ ।

Leave a Reply