କରୋନା ମହାମାରୀ ମୁକାବିଲାରେ ଆଉ ଏକ ମାଇଲଖୁଣ୍ଟ, ସୁସ୍ଥ ହେଲେଣି ଦେଢ ଲକ୍ଷ ଆକ୍ରାନ୍ତ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ପରୀକ୍ଷଣ ବଢିବା ସହ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । କିଭଳି ଆକ୍ରାନ୍ତଙ୍କ ଚିକିତ୍ସା ଶୁରୁଖୁରୁରେ ହୋଇପାରିବ ଏବଂ ସୁସ୍ଥତା ହାର ବୃଦ୍ଧି ପାଇବ ସେନେଇ ନୂଆ ନୂଆ ପଦକ୍ଷେପ ମଧ୍ୟ ନିଆଯାଉଛି । ଯଦିଓ ସଂକ୍ରମଣ ହାର ବଢୁଛି ସୁସ୍ଥ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବଂ ସୁସ୍ଥତା ହାର ନୂଆ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରୁଛି ।

ଏମଧ୍ୟରେ କରୋନା ମହାମାରୀ ମୁକାବିଲାରେ ଆଉ ଏକ ମାଇଲଖୁଣ୍ଟ । ଏବଂ ଆଶ୍ୱସ୍ତି ଆଣିଛି ଆରୋଗ୍ୟ ହାର । ରାଜ୍ୟରେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଦେଢ ଲକ୍ଷ ସଂକ୍ରମିତ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କ ଯୋଗୁଁ ଏହା ସଫଳ ହୋଇଛି । ପ୍ରତିଟି ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ସେମାନଙ୍କ ବଳୀଦାନକୁ ସାଲ୍ୟୁଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply