କଟକ ସହରରେ ବହୁ ପ୍ରତୀକ୍ଷିତ ଡ୍ରିଙ୍କ୍ ଫ୍ରମ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

CM To Inaugurate Drink From Tap Mission In Cuttack City

କଟକ: କଟକବାସୀ ପାଇବେ ବିଶୁଦ୍ଧ ପାଣି । ଆଜି କଟକ ସହରର ବହୁ ପ୍ରତୀକ୍ଷିତ ଡ୍ରିଙ୍କ୍ ଫ୍ରମ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ ଉପସ୍ଥିତ ରହି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

CM To Inaugurate Drink From Tap Mission In Cuttack City

ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀ ସ୍ଥାପିତ ୩ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ପାଣି ବିଶୁଦ୍ଧ କରାଯାଇ ନୂତନ ପାଇପ ଲାଇନରେ ଘରକୁ ଘର ପାଣି ଯୋଗାଇ ଦିଆଯିବ ।  ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟରେ ୨ଟି ଅଞ୍ଚଳ କ୍ୟାନଟନମେଣ୍ଟ ଓ ଜଗତପୁର ୪୮ ନମ୍ବର ୱାର୍ଡକୁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ ।

CM To Inaugurate Drink From Tap Mission In Cuttack City

୨୦୨୩ ସୁଦ୍ଧା ସମଗ୍ର ସହରବାସୀ ଓ ଉପକଣ୍ଠରେ ରହୁଥିବା ଲୋକେ ବିଶୁଦ୍ଧ ପାଣିର ସୁବିଧା ପାଇବେ । ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ରହୁଥିବା ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ପିଇବା ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭରଶୀଳ । ତେବେ ଭୂତଳ ଜଳ ପ୍ରଦୂଷିତ ହେବାରେ ଲାଗିଛି । ଲୌହ, ରାସାୟନିକ ପଦାର୍ଥ ମିଶା ପାଣି ପିଇ ସହରବାସୀ ଅନେକ ରୋଗରେ ପଡୁଛନ୍ତି । ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୁଜଳ ଯୋଜନାରେ ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ ।

Leave a Reply