କୋଭିଡ୍ ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ସରପଞ୍ଚ, ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମଚାରୀ । ଗାଁରେ ଘର ଘର ବୁଲି ଏମାନେ ଲୋକଙ୍କୁ ସଚେତନ କରାଇବା ସହ ସଂଘରୋଧ କେନ୍ଦ୍ରରେ ସେବା ଯୋଗାଇ ଆସୁଛନ୍ତି । ଏହାରି ଭିତରେ ଏମାନଙ୍କ ମଧ୍ୟରୁ କେତେଜଣ କରୋନା ଯୋଦ୍ଧା କୋଭିଡ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ସଂକ୍ରମିତ କରୋନା ଯୋଦ୍ଧାମାନଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ବାର୍ତ୍ତାଳାପ କରି ମନୋବଳ ବଢ଼ାଇଛନ୍ତି । ସମାଜ ଓ ଲୋକଙ୍କ ପ୍ରତି ସେମାନଙ୍କ ନିସ୍ୱାର୍ଥପର ସେବାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେମାନେ ଶୀଘ୍ର ସୁସ୍ଥ ହେବାନେଇ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ଏହି ଯୋଦ୍ଧାମାନେ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

Leave a Reply