ସୁସ୍ଥ ଜୀବନ ପାଇଁ ପାଠ ଜରୁରୀ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଶିକ୍ଷାର୍ଥୀ ଓ ଶିକ୍ଷକ ଶୈକ୍ଷିକ ଅନୁଷ୍ଠାନର ଆତ୍ମା । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଅନୁଷ୍ଠାନକୁ ଉଚ୍ଚସ୍ତରରେ ପହଞ୍ଚାଏ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉଦଯାପନୀ ଉତ୍ସବରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସମସ୍ତେ ଏକାଠି ହୋଇ ଅନୁଷ୍ଠାନର ଐତିହ୍ୟକୁ ଉଜ୍ଜୀବିତ ରଖିବା ସହ ଆଗାମୀ କାଲିକୁ ସମୃଦ୍ଧ କରିହେବ । ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ- ନୂତନ ଚିନ୍ତାଧାରା ସୃଷ୍ଟି, ନେତୃତ୍ୱ ନେବାର ଦକ୍ଷତା ହେବା ଉଚିତ୍ । ଫଳରେ ଛାତ୍ରଛାତ୍ରୀ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ସହ ଭଲ ମଣିଷ ହୋଇପାରିବେ । କେବଳ ବଞ୍ଚିବା ପାଇଁ ପଢ଼ିବା କଥା ନୁହେଁ, ବରଂ ଭଲ ଜୀବନ ପାଇଁ ପାଠ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଆମର ନୂଆ ପିଢ଼ି, ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ଶସକ୍ତ ହେବା ଦରକାର । ଶିକ୍ଷାର୍ଥୀ ବଡ଼ ଲକ୍ଷ୍ୟ ରଖିବା ଉଚିତ୍ । ଗାନ୍ଧିଜୀ କହିଥିଲେ, ତୁମେ ସମାଜରେ ଦେଖିବାକୁ ଚାହୁଁଥିବା ପରିବର୍ତ୍ତନ ଆଣିବା ଦରକାର । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶା କାହିଁକି ବିଶ୍ୱରେ ଶ୍ରେଷ୍ଠତା ପ୍ରତିପାଦନ କରିଛି । ସମସ୍ତେ ଏକାଠି ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

https://nandighoshatv.compresident-kovind-attend-utkal-universitys-platinum-jubilee-meet/

Leave a Reply