ଯଶୀପୁରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପହାର

1 min read

ଯଶୀପୁର: ନିର୍ବାଚନ ଆସିଲେ ବିରୋଧୀଙ୍କୁ ଲୋକଙ୍କ କଷ୍ଟ କଥା ମନେପଡେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସବୁବେଳେ ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା କରନ୍ତି। ଆଉ ଲୋକଙ୍କ ଆବେଦନ ଆଧାରରେ ନିଆଯାଇଥିବା ପଦକ୍ଷେପର ହିସାବ ସମ୍ମାନର ସହ ଦିଅନ୍ତି। ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି । ତେଣୁ ୫ବର୍ଷରେ ଥରେ ସୁଯୋଗ ମିଳିଛି ତାଙ୍କୁ ଆଶୀର୍ବାଦ କରିବାକୁ।

ଯଶୀପୁରରେ ପ୍ରଚାର କରି ଜନତାଙ୍କୁ ଏହି ଆହ୍ବାନ ଦେଇଛନ୍ତି 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଯଶୀପୁରର ଜଳସେଚନ ସମସ୍ୟାର ସମାଧାନ ପାଇଁ ୩୩୫ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ। ମା କୀଚକେଶ୍ବରୀ ମନ୍ଦିରର ରୂପାନ୍ତରଣ ପାଇଁ ୮ କୋଟି ୪୦ ଲକ୍ଷ ଦିଆଯାଇଛି।

ସେହିଭଳି କୁଡୁକି ଓ ହୋ ସମ୍ପ୍ରଦାୟ ଲାଗି ବିଭିନ୍ନ ସ୍ଥାନରେ ଭବନ ନିର୍ମାଣ ପାଇଁ ମଧ୍ୟ ଆର୍ଥିକ ସହାୟତା ଦେଇଛନ୍ତି। ପିଇବା ପାଣି ପାଇଁ ୬୫୦କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଦିବାସୀଙ୍କ କଳା ସଂସ୍କୃତି ଓ ପୂଜାସ୍ଥଳୀର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ କୌଣସି ଦଳ କିମ୍ବା ସରକାର ଆଦିବାସୀଙ୍କ ପାଇଁ ଏସଡିସି ଗଠନ କରିନାହାଁନ୍ତି। ଲଘୁ ବନଜାତ ଦ୍ରବ୍ୟ ଉପରେ ଆଦିବାସୀ ମହିଳାଙ୍କୁ ଉପଯୁକ୍ତ ମୂଲ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।