spot_img

Latest Posts

ସୁଶାସନରେ ସାମିଲ ହେଲା ସଡ଼କ ସୁରକ୍ଷା: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ସମ୍ମାନ

ସୁଶାସନରେ ସାମିଲ ହେଲା ସଡ଼କ ସୁରକ୍ଷା। ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ସମ୍ମାନ। ସଡ଼କ ପରିବହନ ନିଗମରେ ୪୬ କୋଟି ଟଙ୍କାରେ ୧୦୦ଟି ନୂତନ BS-6 ବସ୍‌ ସାମିଲ୍। ପୂର୍ତ୍ତ ବିଭାଗର ୬ ହଜାର ୭୦୦ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ। ୯୫୨ କୋଟି ଟଙ୍କାରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ନୂଆ ଏଲିଭେଟେଡ୍ କରିଡରର ଭିତ୍ତିପ୍ରସ୍ତର ସ୍ଥାପିତ। ୩ ହଜାର ୬୨୩ କୋଟି ଟଙ୍କା ଅଟକଳରେ ନୂଆ ଲୋକସେବା ଭବନ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି। କଳିଙ୍ଗା ଘାଟିରେ ସତର୍କ ସୂଚନା ଘଣ୍ଟି ଉଦ୍‌ଘାଟିତ ହୋଇଥିବା ବେଳେ, ଗୋଟେ ପଟୁ ଗାଡି ଆସୁଥିଲେ ଆରପଟୁ ବାଜିବ ସାଇରନ୍। ଭୁବନେଶ୍ବରରେ ଉଦଘାଟିତ ହୋଇଛି ୧୫ଟି ଚାର୍ଜିଙ୍ଗ ଷ୍ଟେସନ। ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ ହୋଇଛି। ରାଜ୍ୟ ସଡକ ପରିବହନ ନିଗମର ବସ୍‌ ପାଇଁ ସ୍ମାର୍ଟ କାର୍ଡର ଶୁଭାରମ୍ଭ ସହ ଯାତ୍ରୀମାନେ କାଟିବେ କ୍ୟାସଲେସ୍ ଟିକେଟ୍। ସଡକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ୪ ‘E’ ନୀତି ଯଥା ଏଜୁକେସନ, ଏନ୍‌ଫୋର୍ସମେଣ୍ଟ, ଇଞ୍ଜିନିୟରିଂ ଏବଂ ଏମର୍ଜେନ୍‌ସି ସହିତ ମୁଖ୍ୟମନ୍ତ୍ରୀ ଯୋଡ଼ିଲେ ଆଉ ‘E’ ଏନ୍‌ଭିରନ୍‌ମେଣ୍ଟ ଓ ଇଭାଲ୍ୟୁଏସନ। ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମର ଅନୁପାଳନ ପାଇଁ ଅପିଲ କରିଛନ୍ତି।

ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ କରିଡର। କଳିଙ୍ଗ ହସ୍ପିଟାଲ, ଡ଼ମଣା, ପଟିଆ, କିଟ୍ ଛକରେ ହେବ ଓଭରବ୍ରିଜ୍। ପ୍ରଥମ ପର୍ଯ୍ୟାୟରେ ୯୫୨ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ବର୍ଷରେ ସରିବ ପ୍ରକଳ୍ପ କାର୍ଯ୍ୟ। ଏହାର ଭିତ୍ତିପ୍ରସ୍ତର ସହ ନୂଆ ବିଧାନସଭା ଓ ଲୋକସେବା ଭବନ ପାଇଁ ମୂଳଦୂଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ୩ ହଜାର ୬୭୩ କୋଟି ଟଙ୍କା ଦିଆଯାଇଛି। ୭୧ ଏକର ଜାଗାରେ ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ଗୋଟିଏ ପରିସରରେ ରହିବ। ଆଗକୁ ରାଜ୍ୟରେ ବିଧାନସଭା ଆସନ ବଢିବାର ସମ୍ଭାବନା ଥିବାରୁ ୩ଶହ ଆସନ ବିଶିଷ୍ଟ ବିଧାନସଭା ନିର୍ମାଣ ହେବ। ସେହିପରି ମହିଳାଙ୍କୁ ସଶକ୍ତ କରିବାକୁ ବିନା ସୁଧରେ ଚାରିଚକିଆ ଗାଡ଼ି ଦେଇ ଆମ ସୁବାହକ ଯୋଜନାର ମଧ୍ୟ ଶୁଭାରମ୍ଭ ହୋଇଛି। ଡ୍ରାଇଭ୍ ସେଫ୍, କମ୍‌ ହୋମ୍‌ ସେଫ୍‌ର ମନ୍ତ୍ର ରାଜ୍ୟବାସୀଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଯେନା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭାଗୀୟ ସଚିବ ଉଷା ପାଢ଼ୀ, ଓଏସଆରଟିସି ସିଏମଡି ଓ ପରିବହନ କମିଶନର ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

Latest Posts

Don't Miss