ହଜାରେ ତଳେ ଦୈନିକ ସଂକ୍ରମଣ, କୋଭିଡ଼ ଯୋଦ୍ଧାଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

1 min read

ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମିତଙ୍କ ସଂଖ୍ୟା । ଦୀର୍ଘଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ହଜାର ତଳକୁ ଖସିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । କରୋନା ଯୋଦ୍ଧାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠାପର ସେବା ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଦୀର୍ଘ ୩ ମାସ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାର ତଳକୁ ଖସିଛି ।

ମୁଖ୍ୟମନ୍ତ୍ରୀ ଟ୍ୱିଟରେ ସେୟାର କରି କହିଛନ୍ତି ଯେ, ଜୁଲାଇ ୨୧ରୁ ପ୍ରଥମ ଥର ପାଇଁ ଆଜି ଓଡ଼ିଶାରେ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆମ କରୋନା ଯୋଦ୍ଧାଙ୍କ କଠିନ ପରିଶ୍ରମ ଓ ନିସ୍ୱାର୍ଥ ସେବା ଏବଂ  ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ବିରୋଧରେ କଠିନ ଲଢେଇ ପାଇଁ ଆମେ ଗର୍ବିତ ।

Leave a Reply