ହଜାରେ ତଳେ ଦୈନିକ ସଂକ୍ରମଣ, କୋଭିଡ଼ ଯୋଦ୍ଧାଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
1 min readଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମିତଙ୍କ ସଂଖ୍ୟା । ଦୀର୍ଘଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ହଜାର ତଳକୁ ଖସିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । କରୋନା ଯୋଦ୍ଧାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠାପର ସେବା ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଦୀର୍ଘ ୩ ମାସ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାର ତଳକୁ ଖସିଛି ।
Glad to share that #Odisha has recorded daily positive cases of less than 1000 for the first time since July 21. Appreciate the hard work & sacrifice of our #CovidWarriors & healthcare workers for helping #Odisha give a strong fight back against the pandemic.#OdishaFightsBack pic.twitter.com/7bpLcnU4iA
— Naveen Patnaik (@Naveen_Odisha) November 10, 2020
ମୁଖ୍ୟମନ୍ତ୍ରୀ ଟ୍ୱିଟରେ ସେୟାର କରି କହିଛନ୍ତି ଯେ, ଜୁଲାଇ ୨୧ରୁ ପ୍ରଥମ ଥର ପାଇଁ ଆଜି ଓଡ଼ିଶାରେ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆମ କରୋନା ଯୋଦ୍ଧାଙ୍କ କଠିନ ପରିଶ୍ରମ ଓ ନିସ୍ୱାର୍ଥ ସେବା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ବିରୋଧରେ କଠିନ ଲଢେଇ ପାଇଁ ଆମେ ଗର୍ବିତ ।