ନୂଆବର୍ଷରେ ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

1 min read

ମୟୂରଭଞ୍ଜ- ସାରା ରାଜ୍ୟ ଆଜି ବନ୍ଦ। ହେଲେ ଏହି ବନ୍ଦ ବେଳେ ବାରିପଦାକୁ ମିଳିଛି ବଡ଼ ଉପହାର। ମୁଖ୍ୟମନ୍ତ୍ରୀଙ୍କ ଦିନକିଆ ଗସ୍ତ ଆଜି ମୟୂରଭଂଜବାସୀଙ୍କ ମୁହଁରେ ହସ ଫୁଟାଇଛି। କାରଣ ଜିଲ୍ଲାର ବିକାଶ ପାଇଁ ହାତ ଖୋଲି ଦେଇଛନ୍ତି ନବୀନ ପଟ୍ଟନାୟକ। ବିଭିନ୍ନ ଜନହିତକର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଯାହାର ବ୍ୟୟ ଅଟକଳ ୨ଶହ କୋଟିରୁ ଅଧିକ। ବିକାଶର ବଳୟ ଭିତରକୁ ଆସିବ ଏହି ଆଦିବାସୀ ଜିଲ୍ଲା।

୧୮ଟି ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ

୫ଟି ହାଇଲେଭଲ୍‌ ସେତୁର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମୃନ୍ତ୍ରୀ। ଏହି ଅବସରରେ ମୋରଡାର ଭାଲିଆଶୋଳରେ ଦୁଇ ଦୁଇଟି ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସକୁ ଉଦଘାଟନ କରିଛନ୍ତି ନବୀନ। କେବଳ ସେତିକି ନୁହେଁ ଆଜି ୨ଶହ କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଜଳଯୋଗାଣ ପ୍ରକଳ୍ପ, ରାସ୍ତା କାମର ଉନ୍ନତି ଓ ପ୍ରଶସ୍ତିକରଣ ସାଙ୍ଗକୁ ଏମ୍‌ପିସି କଲେଜ ପାଇଁ କମ୍ପୋଜିଟ୍‌ ବ୍ଲକ୍‌ ସାଙ୍ଗକୁ ସେତୁ ପାଇଁ ମଧ୍ୟ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ଏ ଅଚଂଳର ଆଦିବାସୀ ପିଲା ଓ ଅଭିଭାବକଙ୍କୁ ଖୁବ୍‌ ଉତ୍ସାହିତ କରିଛି। କାରଣ ବାରିପଦା ଠାରେ ଉଦ୍‌ଘାଟିତ୍ ହୋଇଛି ଆଦାନୀ ସହାୟତାରେ କିସ୍‌ ପ୍ରତିଷ୍ଠା କରିଥିବା ଆଦିବାସୀ ସ୍କୁଲ୍‌। ଏହି ଆବାସିକ ସ୍କୁଲ୍‌ରେ ୧୫ଶହ ପିଲାଙ୍କ ପାଇଁ ରହିବା, ଖାଇବାପିଇବା ସହ ପାଠପଢ଼ାର ବ୍ୟବସ୍ଥା ରହିଛି। ଏହି ସମାରୋହରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ସରୋଜିନୀ ହେମ୍ବ୍ରମ, ଇଂ ବିଶ୍ୱେଶର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ଏବଂ ଆଦାନୀ ଗୃପ୍ର ଚେୟାର ପର୍ସନ ପ୍ରୀତିଜୀ ଆଦାନି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାରିପଦାବାସୀଙ୍କ ଦେଇଛନ୍ତି ମନେ ରହିବା ଭଳି ଉପହାର। ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି ।

Leave a Reply