spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କ ଉଦାରତା, ନବବର୍ଷରେ ଦିବ୍ୟାଙ୍ଗଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ପୁଣି ମନ ଜିଣିଲେ ନବୀନ। ଦେଖାଇଲେ ମାନବିକତା ଓ ବଡ଼ପଣର ନିଦର୍ଶନ। ଦିବ୍ୟାଙ୍ଗ ଯୁବକଙ୍କୁ ଭେଟି ନୂଆବର୍ଷ ଶୁଭେଚ୍ଛା ନେବା ସହିତ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନୂଆବର୍ଷରେ ନବୀନ ନିବାସରେ ନେତା ଓ ମନ୍ତ୍ରୀଙ୍କ ଭିଡ଼ ଭିତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଦିବ୍ୟାଙ୍ଗ ଯୁବକ ଫୁଲତୋଡ଼ା ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ଗୁରୁଣ୍ଡି ଗୁରୁଣ୍ଡି ନବୀନ ନିବାସରେ ପହଞ୍ଚିଥିଲେ।
ଚାଲି ପାରୁନଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଥିବା ଭଲପାଇବା ତାଙ୍କୁ ନବୀନ ନିବାସକୁ ଟାଣିଆଣିଥିଲା। ନବୀନ ନିବାସ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଦିବ୍ୟାଙ୍ଗ। ନବୀନ ନିଜେ ଆସି ଦିବ୍ୟାଙ୍ଗ ଯୁବକଙ୍କୁ ଭେଟିବା ସହ ଫୁଲତୋଡ଼ା ଗ୍ରହଣ କରିଥିଲେ। ନବୀନଙ୍କର ଏଭଳି କାର୍ଯ୍ୟଶୈଳୀ ସମସ୍ତଙ୍କୁ ପ୍ରେରଣା ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦାରତାକୁ ପ୍ରଶଂସା କରାଯାଉଛି ।

Latest Posts

Don't Miss