ବିଜେଡି ସୁପ୍ରିମୋଙ୍କ ଜିରୋ ଟଲେରାନ୍ସ ନୀତି, ‘ଜନ ବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ’

1 min read
Pradeep-Panigrahi

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜିରୋ ଟଲେରାନ୍ସ ନୀତି । ଜନ ବିରୋଧୀ କାର୍ଯ୍ୟ କଲେ ରକ୍ଷା ନାହିଁ । ଯିଏ ଲୋକଙ୍କ ବିରୋଧରେ କାର୍ଯ୍ୟ କରିବ ଓ ଦୁର୍ନୀତି କରିବ ବା ଦୁର୍ନୀତିକୁ ପ୍ରସୟ ଦେବ ସେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ଦଣ୍ଡ ପାଇବ । ଏଭଳି ନୀତିକୁ ଆଜି ପୁଣି ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛନ୍ତି ।

ପ୍ରଦୀପଙ୍କ ନାଁରେ ପୂର୍ବରୁ ଅନେକ ଜନ ବିରୋଧୀ କାର୍ଯ୍ୟ କରିଥିବା ଏବଂ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ରହିଥିଲା । ସ୍ଥାନୀୟ ଅଞ୍ଚଳରେ ସେ ଏକ ପ୍ରକାର ନିଜର ପତିଆରା ବିସ୍ତାର କରିଥିଲେ । ଏମିତିକି ପ୍ରଦୀପଙ୍କ ବିନା ଅନୁମତିରେ ସେଠାରେ ପତ୍ରଟିଏ ହଲେ ନାହିଁ ବୋଲି କୁହାଯାଏ । ହେଲେ ପାଠକ ବାପ-ପୁଅ ପ୍ରଦୀପଙ୍କ ସାମ୍ରାଜ୍ୟ ଭାଙ୍ଗିଦେଲେ । ଆଉ ପ୍ରଦୀପଙ୍କ ସବୁ କଳାକାରନାମା ପଦାରେ ପକାଇଦେଲେ ।

Akash Pathak Fake MD Of Tata Motors Issued Offer Letters

ଦୁଇ ଦିନ ପୂର୍ବେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅଭୟକାନ୍ତ ପାଠକ୍‌ ଓ ତାଙ୍କ ପୁଅ ଠକ ଆକାଶ ପାଠକ୍‌ଙ୍କ ସହ ପ୍ରଦୀପଙ୍କ ସମ୍ପୃକ୍ତି ଥିଲା । ଆକାଶ ସହ ପ୍ରଦୀପଙ୍କ ଝିଅର ବିବାହ ସ୍ଥିର ହୋଇଥିଲା । ଖାଲି ସେତିକି ନୁହେଁ ବିବାହର କାର୍ଡ ମଧ୍ୟ ଛପା ସରିଥିଲା । ପ୍ରଦୀପ ସ୍ଥାନୀୟ ବିଧାୟକ ଥିବାରୁ ଆକାଶ ସେଠାରେ ଲୋକଙ୍କୁ ଚାକିରି କରାଇଦେବ କହି ଟଙ୍କା ଲୁଟ୍‌ କରୁଥିଲା । ଆକାଶ ନିଜକୁ ଟାଟା ମୋଟର୍ସର ଉଚ୍ଚପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଲୁଟୁଥିଲେ । ଆଉ ପ୍ରଦୀପଙ୍କ ପତିଆରା ଯୋଗୁଁ ଆକାଶ ବିରୋଧରେ ଲୋକ ଥାନାକୁ ବି ଯାଇପାରୁ ନଥିଲେ । ଯଦି କେହି ସ୍ୱର ଉତ୍ତୋଳନ କରୁଥିଲେ ତାକୁ ଜେନତେନ ପ୍ରକାରେ ପ୍ରଦୀପଙ୍କ ଇଙ୍ଗିତରେ ଚାପି ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି ।

Abhay-Kant-Pathak

ଏଭଳି ବିିଭିନ୍ନ ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ଧରି ଲୋକଙ୍କ ମନରେ ପ୍ରଦୀପଙ୍କ ପାଇଁ ଅସନ୍ତୋଷ ଭରି ରହିଥିଲା । ସେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସହ ସେଥିରେ ସମ୍ପୃକ୍ତି ଥିବା କଥା ଅଭିଯୋଗ ହୋଇ ଆସୁଥିଲା । ଏହି ସବୁ କାରଣରୁ ତାଙ୍କୁ ବିଜେଡି ବହିସ୍କୃତ କରାଯାଇଛି ।

ପୂର୍ବରୁ ମଧ୍ୟ ବିଜେଡିରୁ ଅନେକ ବଡ଼ ବଡ଼ିଆ ନେତାଙ୍କୁ ଏଭଳି ଦଳ ବିରୋଧୀ ଓ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଦା କରାଯାଇଛି । ପ୍ରଦୀପ ବିଜେଡି ଟିକଟରୁ ୩ ଥର ବିଧାୟକ ହୋଇଛନ୍ତି । ଏମିତିିକି ଶିକ୍ଷାମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି ।

Leave a Reply