କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିବେଦନ । କରୋନା ଭୂତାଣୁ ବିଶ୍ୱରେ ବିରାଟ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପ୍ରାରମ୍ଭିକ ଭାବେ ଆସନ୍ତାକାଲିଠୁ ମାର୍ଚ୍ଚ ୨୯ ଯାଏ ୫ଟି ଜିଲ୍ଲା ଓ ୮ଟି ସହରରେ ଜରୁରୀକାଳୀନ ସେବାକୁ ଛାଡ଼ି ପ୍ରାୟ ସମ୍ପୂର୍ଣ ବନ୍ଦ ଘୋଷଣା କରାଯାଇଛି । ଦୃଢ଼ାତାର ସହ କରୋନା ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଅପିଲରେ କହିଛନ୍ତି ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ଯଦି ଆପଣ ବାହାରକୁ ବାହାରୁଛନ୍ତି । ତେବେ ଆପଣ ବିପଦକୁ ଆସିବା ସହ ଆପଣଙ୍କ ପରିବାରକୁ କରୋନା ଭାଇରସ୍ ମୁହଁକୁ ଟାଣୁଛନ୍ତି । କେବଳ ଦରକାରୀ ଜିନିଷ ଗ୍ରସରୀ, ଖାଦ୍ୟ ଓ ପାଣି, ଔଷଧ, ମେଡିକାଲ ପାଇଁ ବାହାରକୁ ବାହାରନ୍ତୁ । ଯଦି, ଏସବୁର କେହି ଅବମାନନା କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାସହ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦାତା ମାନଙ୍କୁ ଅପିଲ୍ କରି କହିଛନ୍ତି ଯେ, ଆପଣଙ୍କ ବହୁତ ବର୍ଷ ଧରି କାମ କରୁଥିବା ଦରମା ସେମାନେ କାର୍ଯ୍ୟ ନକଲେ ମଧ୍ୟ ପ୍ରଦାନ କରନ୍ତୁ । କରୋନା ମୁକାବିଲା ଦିଗରେ ସମସ୍ତଙ୍କ ସହଭାଗୀତା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ପୋଲିସ ସବୁ ସ୍ଥାନରେ ନିୟମକୁ ଲାଗୁ କରିପାରିବ ନାହିଁ । ଏହା ଅସାଧାରଣ ସମୟ ଓ ଆମକୁ ନିଜ ଜୀବନର ସୁରକ୍ଷା ଆମ ଉତ୍ତର ଦାୟିତ୍ୱ ହେବା ଆବଶ୍ୟକ ।