୪ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ, ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ

File Photo

ଭୁବନେଶ୍ୱର: ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ବିଜେଡି ତାଙ୍କୁ ସହଯୋଗ କରିବ ବୋଲି ଘୋଷଣା କରିଥିଲେ ନବୀନ ।

ନିର୍ବାଚନରେ ଯେପରି ଓଡ଼ିଶାରୁ କୌଣସି ଭୋଟ୍ ନାକଚ ନହୁଏ ସେଥିପ୍ରତି ସେ ଧ୍ୟାନ ଦେଇଥିଲେ । ଦଳମତ ନିର୍ବିଶେଷରେ ସବୁ ଦଳ ଓଡ଼ିଆ ଝିଅଙ୍କୁ ଭୋଟ୍ ଦେବାକୁ ଆହ୍ୱାନ କରିଥିଲେ ନବୀନ ପଟ୍ଟନାୟକ । ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ । ୨୬ ତାରିଖରେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ।