ମୋଦିଙ୍କୁ ନବୀନଙ୍କ ଚିଠି: ‘PMAYରେ ଫନି ପ୍ରଭାବିତଙ୍କୁ ତୁରନ୍ତୁ ମିଳୁ ବାସଗୃହ’

ଭୁବନେଶ୍ୱର: ଆବାସ ଯୋଜନା ନେଇ ପୁଣି ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତ୍ରର୍ଗତ ଓଡ଼ିଶାରେ ୧.୮୪ ଲକ୍ଷ ଘର ପ୍ରଭାବିତ ହୋଇଛି  । ଏହା ସହିତ  ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ୧୩ ଲକ୍ଷ ଘର କେବିକେ ଅଞ୍ଚଳରେ ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫନି ବାତ୍ୟା ପାଇଁ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପର୍ଯ୍ୟନ୍ତ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ  ।  ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯାଉ  । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ୨୦୧୯ ମାର୍ଚ୍ଚ ୭ ସୁଦ୍ଧା ରାଜ୍ୟ ସରକାର ଆବାସ ପ୍ଲସ ମାଧ୍ୟମରେ ୩୫ ହଜାର ପରିବାରକୁ ଚିହ୍ନଟ କରିଥିଲେ  ।

ଚିଠିରେ ଉଲ୍ଲେଖ ରହିଛି କି, ରାଜ୍ୟର ୧୬ଟି ଜିଲ୍ଲାରେ ୫ ଲକ୍ଷ ୯ ହଜାର ପରିବାର ମଧ୍ୟ ଚିହ୍ନଟ ହୋଇଛନ୍ତି  । ଯେଉଁମାନେ ଫନି ଦ୍ୱାରା ପ୍ରଭାବିତ ହୋଇନଥିଲେ  । କିନ୍ତୁ ସେମାନଙ୍କୁ ମଧ୍ୟ ଆବାସ ଯୋଜନା ମାଧ୍ୟମରେ ସହାୟତା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

Leave a Reply