ହାଇଦ୍ରାବାଦ୍‌ ଯିବେ ନବୀନ, ୧୭ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍

ଭୁବନେଶ୍ବର: ଆସନ୍ତା ୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ମେକ୍ ଇନ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ବନଜାରା ହିଲ୍ସ ସ୍ଥିତ ହୋଟେଲ ତାଜ୍‌ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିଙ୍କୁ ଓଡ଼ିଶାକୁ ଆସି ନିବେଶ ପାଇଁ ନିମନ୍ତ୍ରଣ କରିବେ । ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧାକୁ ବୁଝାଇ କହିବେ ମୁଖ୍ୟମନ୍ତ୍ରୀ ।

ଆଇଟି, ସ୍ବାସ୍ଥ୍ୟ, ମେଡିସିନ୍, ଡାଟା ସେଣ୍ଟର, ଟେକ୍ସଟାଇଲ, ଫୁଡ୍ ପ୍ରୋସେସିଂ, ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଶିଳ୍ପପତିଙ୍କୁ ଭେଟିବେ । ଏବର୍ଷ ପାଇଁ ହାଇଦ୍ରାବାଦରେ ଶେଷ ଇନଭେଷ୍ଟର୍ସ ମିଟ୍ ହେବାକୁ ଯାଉଛି ।

ଏହାପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରରେ ଓଡିଶା ଇନଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହୋଇଛି ।