spot_img

Latest Posts

ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହି ସମୟରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ପାଖରେ ଦୋହରାଇବେ ବୋଲି ସୂଚନା ମିଳିଛି।

ଦିଲ୍ଲୀ ରହଣୀ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ରହିଛି। କେନ୍ଦ୍ରକୁ ବିଭିନ୍ନ ଯୋଜନାରେ ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି କରିବେ। ରାଜ୍ୟର ନ୍ୟାଯ୍ୟ ଦାବି ଉପସ୍ଥାପନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଜେଡି କହିଛି । ଲଗାତର କେନ୍ଦ୍ର ସରକାର ଓଡିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା କରିବା ରାଜ୍ୟ ବିକାଶରେ ବାଧକ ସାଜିଛି।

ଏସବୁ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଦରବାରରେ ଉଠାଇ ରାଜ୍ୟ ପାଇଁ ହକ୍ ମାଗିବେ। ତେବେ ଜାତୀୟସ୍ତରରେ ରାଜନୈତିକ ସମୀକରଣ ବଦଳୁଥିବା ବେଳେ ନବୀନଙ୍କ ଦିଲ୍ଲୀଗସ୍ତ ବେଶ ଗୁରୁତ୍ବ ରଖିବ ବୋଲି ସମୀକ୍ଷକ କହିଛନ୍ତି। ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଓଡ଼ିଶା ଫେରିବେ।

Latest Posts

Don't Miss