spot_img

Latest Posts

ଜଗତସିଂହପୁରରେ ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଜଗତସିଂହପୁର: ଦୀର୍ଘ ଦିନର ସ୍ବପ୍ନ ପୂରଣ। ଆଜି ଜଗତସିଂହପୁର ଢିଙ୍କିଆ ଚାରିଦେଶରେ ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସହିତ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ବ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ଶୁଭ ଦେବେ ମୁଖ୍ୟମନ୍ତ୍ରୀ ।

ଏଥିରେ ଜେଏସଡବ୍ଲ୍ୟୁ ଗୃପର ଅଧ୍ଯକ୍ଷ ସଜ୍ଜନ ଜିନ୍ଦଲ ଓ ସ୍ଥାନୀୟ ବିଧାୟକ ଓ ଅନ୍ଯ ପ୍ରମୁଖ ନେତା ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ପାଖାପାଖି ୩୦ ହଜାର ଲୋକଙ୍କ ସମାଗମ ହେବାର ଅନୁମାନ କରାଯାଉଛି। ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଢିଙ୍କିଆ ଚାରିଦେଶରେ ବାର୍ଷିକ ୧୩.୨ ମିଲିୟନ ଟନ ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ, ବାର୍ଷିକ ୫୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଜେଟ୍ଟି ପ୍ରତିଷ୍ଠା କରିବ ଜେଏସଡବ୍ଲ୍ୟୁ।

ଏଥିପାଇଁ ୨୯୫୦.୫୧ ଏକର ଜମି ଅଧିଗ୍ରହଣ ସରିଥିବା ବେଳେ ପରିବେଶ ମଞ୍ଜୁରୀ ମଧ୍ଯ ମିଳିସାରିଛି। ଏହି ପ୍ରକଳ୍ପ ପାଇଁ ଜେଏସଡବ୍ଲ୍ୟୁ ପକ୍ଷରୁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯାହା ସ୍ଥାନୀୟ ଲୋକଙ୍କ ଆଶା ଓ ଅଭିଳାଷ ପୂରଣ କରିବ l ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନର ପାରାଦ୍ଵୀପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପସମୃଦ୍ଧ କରିବା ପାଇଁ ନେଇଥିବା ସଙ୍କଳ୍ପ ଆଜି ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

Latest Posts

Don't Miss