ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମକୁ ପ୍ରଶଂସାପତ୍ର ପ୍ରଦାନ । ଜଳାଶୟ ନବୀକରଣରେ ଉତ୍ତମ ପଦକ୍ଷେପ ପାଇଁ ପ୍ରଶଂସାପତ୍ର । ଜଳାଶୟ ପୁନରୁଦ୍ଧାରରେ ସାମିଲ ମହିଳା ବାଣ୍ଟିଲେ ଅଭିଜ୍ଞତା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ମିଶନ ଶକ୍ତି ହେଉଛି ଟିମ୍ ଓ୍ୱାର୍କର ମଡେଲ । ଗାଁରୁ ସହର ଯାଏ ମିଶନ ଶକ୍ତି ମାଆମାନେ କାମ କରୁଛନ୍ତି । ଆମ ପୋଖରୀ ଯୋଜନାକୁ ମାଆମାନଙ୍କୁ ଦେଇ ବହୁତ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଳସାଥୀ ଭାବେ ଭଲ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ଏହି କାମକୁ ଭଲ ଭାବେ କରିବେ ବୋଲି ବିଶ୍ୱାସ ରଖିଛନ୍ତି ନବୀନ । ପରିବେଶ ସହିତ ଆମର ସାମାଜିକ ଜୀବନ ସହ ପୋଖରୀ ଯୋଡ଼ିହୋଇଛି । ଅର୍ଥନୀତି ସହିତ ମଧ୍ୟ ପୋଖରୀ ଯୋଡ଼ି ହୋଇରହିଛି । ରାଜ୍ୟର ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ ହଜାର ବୃହତ ଜଳାଶୟର ନବୀକରଣ ହେବ । ଅବସର ବିନୋଦନ ପାଇଁ ସ୍ବାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନ ବିକାଶ ହେବ। ମିଶନ ଶକ୍ତି ମହିଳାଙ୍କ ସହ ସହଭାଗିତାରେ ପ୍ରକଳ୍ପ ନବୀକରଣ ଓ ରକ୍ଷଣାବେକ୍ଷଣ ହେବ। ପ୍ରାକୃତିକ ଉପାୟରେ ମିତବ୍ୟୟୀ ପରିବେଶ ନବୀକରଣ । ସହରାଞ୍ଚଳ ପାରିପାର୍ଶ୍ବିକ ସ୍ଥିତିରେ ଅଭିବୃଦ୍ଧି ହେବ ।