ଉଦଘାଟିତ ହେବ ବିଶ୍ବର ବୃହତ ହକି ଷ୍ଟାଡିୟମ, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: କ୍ରୀଡ଼ା ବିକାଶର ନୂଆ ଅଧ୍ୟାୟ । ଆଜି ସୁନ୍ଦର କାହାଣୀ ଲେଖିବ ସୁନ୍ଦରଗଡ। ଉଦଘାଟିତ ହେବ ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ବୃହତ ହକି ଷ୍ଟାଡିୟମ । ଏଥିରେ ୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ଆଜି ରାଉରକେଲା ଯାଇ ହକି ଷ୍ଟାଡିୟମକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୧୧ଟା ୨୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ରାଉରକେଲା ଅଭିମୁଖେ ଯିବେ ନବୀନ ।

ମଧ୍ୟାହ୍ନ ୧୨ଟା ୧୫ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରି ସିଧା ନବନିର୍ମିତ ଷ୍ଟାଡିୟମକୁ ଯିବେ ନବୀନ । ସେଠାରେ ହକି ଖେଳାଳିଙ୍କ ସହ ଆଲୋଚନା କରି କିଛି ସମୟ ବିତାଇବେ । ଏହି ସମୟରେ ଓ୍ବାର୍ଲ୍ଡକପ ଭିଲେଜ ସହିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କ୍ୟାମ୍ପସର ଉଦଘାଟନ କରିବେ । ସୁନ୍ଦରଗଡ଼ରେ ୪୧୧ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିବେ।

ମେଡିକାଲ କଲେଜରେ ନାମ ଲେଖାଇଥିଵା ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ରାଉରକେଲା ସହରରେ ମୋ ଵସ ସେଵା ଶୁଭାରମ୍ଭ କରିବେ। ସୁନ୍ଦରଗଡ଼ ଜିଲ୍ଲାର ୧୧ ଶହ ୯ କୋଟି ୨୪ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ ୩୫୯ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଅପରାହ୍ନ ୪ଟାରେ ଡିଏଭି ପୋଖରୀ ନିକଟରେ ସୁନ୍ଦରଗଡ଼ବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ସ୍ଥାପନ କରିବେ ନବୀନ । ୧୧ ଶହ ୯ କୋଟି ଟଙ୍କାରେ ୩୫୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ୪ଟା ୧୨ରେ ମୋ ବସ ସେବାର ଶୁଭାରମ୍ଭ କରିବେ ।

୩୦ଟି ମୋ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟା ୨୦ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ନବୀନ ଷ୍ଟାଡିୟମରେ ୧୫ ମିନିଟ ରହିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଆରମ୍ଭ ହେବ ନୂଆ ଅଧ୍ୟାୟ । ସୁନ୍ଦରଗଡ଼ ମେଡିକାଲ କଲେଜର ଉଦଘାଟନ ମଧ୍ୟ କରିବେ ନବୀନ ।