spot_img

Latest Posts

ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାଉଣ୍ଟର, ଅପପ୍ରଚାର କାମ ଦେବନାହିଁ କହିଲେ ନବୀନ

ଭୁବନେଶ୍ବର: ହାତ ବାଡେଇ ଦମ୍ଭ ଦେଖାଇଲେ ନବୀନ। ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାଉଣ୍ଟର। କହିଲେ ମୋ ହାତକୁ ନେଇ ବିଜେପି କରୁଛି ଅପପ୍ରଚାର । ହେଲେ ବିଜେପିର ଏହି ଅପପ୍ରଚାର କାମ ଦେବନାହିଁ ବୋଲି ନବୀନ ଚ୍ୟାଲେଞ୍ଜ କରିଛନ୍ତି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେପି ଓସ୍ତାଦ। ହେଲେ ବିଜେପିର ଏହି ହୀନ ରାଜନୀତି କାମ ଦେବନି ବୋଲି ନବୀନ କହିଛନ୍ତି। ଆଜି ନବୀନଙ୍କ ଏକ ଭିଡିଓକୁ ବିଜେପିର ସୋସିଆଲ୍ ମିଡିଆ ସେଲ୍ ଭାଇରାଲ୍ କରିଥିଲା।

ଏପରିକି କିଛି ଜାତୀୟସ୍ତରର ନେତା ମଧ୍ଯ ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ନେଇ ଅରୁଚିକର ଟିପ୍ପଣୀ ଦେଇଥିଲେ। ଓଡ଼ିଆ ଅସ୍ମିତା ଠାରୁ ଆରମ୍ଭ କରି ବିଜେପିର ଅନେକ ନିର୍ବାଚନୀ ପ୍ରସଙ୍ଗ ଫେଲ୍ ମାରିବା ପରେ ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ବିଜେପି ଆରମ୍ଭ କରି ଦେଇଛି ହୀନ ରାଜନୀତି। ଦଳର ଅନେକ ବରିଷ୍ଠ ନେତା ଅଶାଳୀନ ଭାଷା ପ୍ରୟୋଗ କରିବା ସହ ଅପପ୍ରଚାର କରି ଆସୁଛନ୍ତି।

ହେଲେ ଗଲା ତିନିଟି ପର୍ଯ୍ଯାୟ ଭୋଟରେ ବିଜେଡିକୁ ମିଳୁଥିବା ସଫଳତା ଓ ବିଜେଡିର ଦମ୍ଭୋକ୍ତି ବିଜେପି ନେତାଙ୍କୁ ହତାଶ କରି ଦେଇଛି। ଏପରିକି ବିଜେପି ଧିରେ ଧିରେ ପ୍ରସଙ୍ଗହୀନ ହୋଇଯାଇଛି। ଏଭଳି ସ୍ଥିତିରେ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଫେଲ୍ ହେବା ପରେ ଏବେ ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ଗୁଜବ ସୃଷ୍ଟି କରିବାକୁ ଉଦ୍ଯମ କରୁଛନ୍ତି। ଯାହାକୁ ଆଜି ସିଧାସଳଖ ଟାର୍ଗେଟ୍ କରିଛନ୍ତି ନବୀନ।

Latest Posts

Don't Miss