ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

1 min read

ଭୁବନେଶ୍ୱର: ଗୁଜରାଟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ ।  ଭିଡିଓ କନଫରେନ୍ସିଂ ଜରିଆରେ କଲେ ଆଲୋଚନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ ଉପସ୍ଥିତ । ସୁରକ୍ଷିତ ଭାବେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ହେଲା ଆଲୋଚନା । ମହାରାଷ୍ଟ୍ରରେ କରୋନା ଉତ୍କଟ ରୂପ ଧାରଣ କରିଛି । ରାଜ୍ୟ ବାହାରେ ଫସିରହିଛନ୍ତି ୭ ଲକ୍ଷ ଓଡ଼ିଆ । ଲକଡାଉନ୍‌ ସରିବା ପରେ ୫ ଲକ୍ଷ ଫେରିବେ ବୋଲି ଆକଳନ କରାଯାଉଛି । ସେମାନଙ୍କୁ ସୁରକ୍ଷିତ ଫେରାଇବା ଆଣିବା ପାଇଁ ବୈଠକରେ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତି । ରବିବାର ପୂର୍ବାହ୍ନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶା ଫେରିବା ପାଇଁ ବ୍ୟଗ୍ର ଥିବା ଓଡ଼ିଆଙ୍କ ନାମ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋର୍ଟଲ ଲୋକାର୍ପିତ କରିଛନ୍ତି । ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବାକୁ ହେଲେ ଏହି ପୋର୍ଟାଲରେ ନାମ ପଞ୍ଜୀକରଣ ଓ କ୍ୱାରେଣ୍ଟାଇନ୍‌ରେ ରହବିାକୁ ବାଧ୍ୟତାମୂଳକ କରାଯାଇଛି ।

ଓଡ଼ିଶା ବାହାରେ ରହୁଛନ୍ତି କି ? ନିଜ ରାଜ୍ୟକୁ ଫେରିବା ପାଇଁ କେମିତି କରିବେ ପଞ୍ଜୀକରଣ, ଜାଣନ୍ତୁ

Leave a Reply