ଦେଶରେ ପ୍ରଥମ, ଆଦିମ ଜନଜାତିଙ୍କୁ ଏନସାଇକ୍ଲୋପିଡିଆରେ ସ୍ଥାନ ଦେଲା ଓଡିଶା

ଭୁବନେଶ୍ବର: ଆଦିବାସୀଙ୍କୁ ଅତି ନିକଟରୁ ଜାଣିବାକୁ ଓଡିଶା ସରକାରଙ୍କ ଭିନ୍ନ ପ୍ରୟାସ  । ଜାତି ଓ ଜନଜାତିଙ୍କୁ ନେଇ ଆସିଲା ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ୍‌ ଇନ୍‌ ଓଡିଶା’  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଦିମ ଜନଜାତିଙ୍କ ସମ୍ବନ୍ଧୀୟ ୫ଟି ବହି ଉନ୍ମୋଚନ କରିଛନ୍ତି  ।

ପ୍ରଥମ ରାଜ୍ୟ ଭାବେ ଓଡିଶା ଆଦିବାସୀଙ୍କୁ ନେଇ ଏନସାଇକ୍ଲୋପିଡିଆ ରିଲିଜ କରିଛି  । ୩୮୦୦ ପୃଷ୍ଠା ସମ୍ଭଳିତ ୫ଟି ବହିରେ ୪୧୮ ଗବେଷଣାତ୍ମକ ସ୍ତମ୍ଭ ପ୍ରକାଶିତ ହୋଇଛି  । ଯେଉଁଥିରେ ୬୨ ଜନଜାତି ଓ ୧୩ ଅସୁରକ୍ଷିତ ଜନଜାତିଙ୍କ ସମ୍ବନ୍ଧୀୟ ସ୍ତମ୍ଭ ଉଲ୍ଲେଖ ରହିଛି  । ଆଦିବାସୀଙ୍କ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ, ଗବେଷକ ଓ ଶିକ୍ଷାବିତ୍‌ଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ଏହି ଏନସାଇକ୍ଲୋପିଡିଆରେ ପ୍ରକାଶିତ ୪୧୮ ସ୍ତମ୍ଭ ପୂର୍ବରୁ ଆଦିବାସୀ ପତ୍ରିକା ଓ ଅନ୍ୟାନ୍ୟ ମାଗାଜିନରେ ପ୍ରକାଶିତ ହୋଇଥିଲା  । ରାଜ୍ୟ ଜାତି ଓ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରି ଆଜି ବହି ଗୁଡିକ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏଥିସହ ମ୍ୟୁଜିୟମ ପରିସରରେ ଥିବା ଆଦିବାସୀ ଗ୍ୟାଲେରୀ ପରିଦର୍ଶନ କରି ପ୍ରଶଂସା କରିଛନ୍ତି ନବୀନ  ।