ନବୀନଙ୍କ ପ୍ରତିଶ୍ରୁତି; ଏକ୍ସ ନୁହେଁ ଓଡ଼ିଶା ଦେବ ଏକ୍ସ ପ୍ଲସର ସୁବିଧା

ବେଙ୍ଗାଲୁରୁ: ଏକ୍ସ ନୁହେଁ ଓଡ଼ିଶା ଦେବ ଏକ୍ସ ପ୍ଲସର ସୁବିଧା । ଅନ୍ୟ ରାଜ୍ୟଗୁଡିକ ଶିଳ୍ପାୟନ ଲାଗି ଏକ୍ସ ଦେଲେ ଓଡ଼ିଶା ଦେବ ଏକ୍ସ ପ୍ଲସ । ବେଙ୍ଗାଳୁରୁ ଇନଭେଷ୍ଟର୍ସ ମିଟରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଙ୍ଗାଲୁରୁ ସମ୍ମିଳନୀରେ୪ ଶହରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ଓଡ଼ିଶାରେ ନିବେଶ ଲାଗି ଆହ୍ୱାନ ଦେଇଛନ୍ତି । କାହିଁକି ଓଡ଼ିଶା ଶିଳ୍ପ ଅନୁକୂଳ ବଡ଼ ବଡ଼ କମ୍ପାନୀ ସିଇଓଙ୍କୁ ବୁଝାଇ କହିଛନ୍ତି ନବୀନ ।

ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲିଥିବାବେଳେ ପ୍ରାକୃତିକ ସଂପଦ, ମାନବ ସମ୍ବଳ, ସ୍ଥିର ସରକାର ମୁଖ୍ୟ କାରଣ ସାଜିଛି । ଶିଳ୍ପାୟନ ଓ ପୁଞ୍ଜିନିବେଶରେ ସାରା ଦେଶରେ ଓଡ଼ିଶା ଆଗୁଆ । ଭୁବନେଶ୍ୱରରେ ବହୁ ଆଇଟି କମ୍ପାନୀ ପ୍ରତିଷ୍ଠା ହେଲାଣି । ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏପରିକି ପ୍ରତିଶ୍ରୁତିଠାରୁ ଅଧିକ ସୁବିଧା ସୁଯୋଗ ଗ୍ରାଉଣ୍ଡ ଜିରୋରେ ସରକାର ଶିଳ୍ପପତିଙ୍କୁ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ନବୀନ । ତାର ପ୍ରମାଣ ହେଉଛି ଇଜ ଅଫ ଡୁଇଙ୍ଗ ବିଜିନେସ ରେଟିଂ । ଯେଉଁଥିରେ ଓଡ଼ିଶା ଦେଶର ଲାଇଭ ମାନ୍ୟୁଫାକ୍ସଚରିଙ୍ଗ ଇନଭେଷ୍ଟମେଣ୍ଟ ବର୍ଗରେ ‘ଆଚିଭର’ ଆଖ୍ୟା ପାଇଛି । ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ସେଥିଲାଗି ଓଡ଼ିଶା ଆସି ପୁଞ୍ଜିନିବେଶ କଲେ ସ୍ୱାଗତ କରାଯିବ ବୋଲି ଉଦବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମେକ ଇନ ଓଡ଼ିଶା ପ୍ଲାଟଫର୍ମ ଦ୍ୱାରା ଓଡ଼ିଶାରେ ଶିଳ୍ପାୟନର ସୁବିଧାକୁ ବସ୍ତୃତ ଭାବେ ଦର୍ଶାଯାଉଛି । ନଭେମ୍ବର ୩୦ରୁ ଡିସେମ୍ବର ୪ ଓଡ଼ିଶା କନକ୍ଲେଭରେ ସାମିଲ ହେବା ଲାଗି ସେ ସମସ୍ତ ଶିଳ୍ପ ପ୍ରତିନିଧିଙ୍କୁ ଆସିବା ଲାଗି ନବୀନଙ୍କ ନିମନ୍ତ୍ରଣ କରିଛନ୍ତି। ନୂଆ ଶିଳ୍ପାୟନ ଓଡ଼ିଶାରେ ପାର୍ଟନର ହେବାକୁ ସେ ଆହ୍ୱାନ ଦେଇଛନ୍ତି।