୧୦୪ ହେଲ୍ପଲାଇନ କର୍ମଚାରୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀରେ ଦେବଦୂତ ସାଜିଛନ୍ତି କରୋନା ଯୋଦ୍ଧା। କେବଳ ସ୍ୱାସ୍ଥ୍ୟ କର୍ମୀ ନୁହେଁ ବରଂ କୋଭିଡ ପାଇଁ ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ୧୦୪ର କର୍ମଚାରୀମାନେ ମଧ୍ୟ ଭଲ ସେବା ଯୋଗାଇଛନ୍ତି। ଆଉ ଏଥିପାଇଁ ୧୦୪ ହେଲ୍ପଲାଇନର ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କୋଭିଡ୍ ସମୟରେ ୧୦୪ ହେଲ୍ପଲାଇନ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ତ୍ୱରିତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଲୋକଙ୍କୁ ସଠିକ ସ୍ୱାସ୍ଥ୍ୟ ସହାୟତା ପ୍ରଦାନକରି ବହୁମୂଲ୍ୟ ଜୀବନ ସୁରକ୍ଷିତ କରିଥିବାରୁ ପ୍ରଶଂସା କରିଛନ୍ତି । ଜୀବନ ସୁରକ୍ଷିତ କରୁଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।