BBC କ୍ରୀଡ଼ା ସମ୍ମାନ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ରାଜଧାନୀ ନୂଆଦିଲ୍ଲୀରେ ପହଁଚିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ  ।ବିବିସି  ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନରେ ପହଁଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ପ୍ରକାଶ କରିଥିଲେ  । ଏନେଇ ନିଜେ ଗଣମାଧ୍ୟକୁ ସମ୍ବୋଧନ କରିଥିଲେ ନବୀନ  ।  କ୍ରୀଡାର ହବ ପାଲଟିଥିବା ଓଡିଶା ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜର ପ୍ରତିଭା ବିସ୍ତାର କରିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶରେ ସାମିଲ ହୋଇଛି କ୍ରୀଡା ଭିତ୍ତିଭୂମି  । ଓଡିଶାରେ ବିଶ୍ୱକପ ହକି ଦୁଇ ଦୁଇ ଥର ଆୟୋଜିତ ହୋଇଛି  ।

ଆଜି ବିବିସି କ୍ରୀଡା ସମ୍ମାନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଦେଶର କୃତି ମହିଳା କ୍ରୀଡ଼ାବିତଙ୍କୁ ସମ୍ମାନିତ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଲଏହି ଗସ୍ତ ସମୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି  ।  ତେବେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ରାଜ୍ୟର ସ୍ୱାର୍ଥ ନେଇ ଅନେକ ଗୁରୁତ୍ୱବହନ କରେ  ।