ଓଏଲଏଚଏମ ଅଫିସରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଦରବାରରେ ସମ୍ମାନିତ ହେଲା ଓଡ଼ିଶା । ଜାଗା ମିଶନରେ ରାଜ୍ୟ ସରକାରଙ୍କ ଓଡ଼ିଶା ଲିଭେବଲ୍‌ ହାବିଟାଟ୍‌ ମିଶନ ବା ଓଏଲଏଚଏମ୍‌କୁ ଇଂଲଣ୍ଡର ଓ୍ୱାଲଡ୍‌ ହାବିଟାଟ୍‌ ସଂସ୍ଥା ପକ୍ଷରୁ ବ୍ରୋଞ୍ଜ ପଦକ ମିଳିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଏହି ସମ୍ମାନ ମିଳିଛି । ଓଡ଼ିଶାକୁ ଏହି ସଫଳତା ମିଳିବାରେ ଓଏଲଏଚଏମ୍‌ର ବଡ଼ ଭୂମିକା ରହିଛି । ତେଣୁ ଓଏଲଏଚଏମ୍‌ର ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଛି ।

କଳିଙ୍ଗ ହକି ଷ୍ଟାଡିୟମରେ ଏ ନେଇ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଓଏଲଏଚଏମ୍‌ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସହିତ ଫଟୋ ଉଠାଇଥିଲେ । ଆଗାମୀ ଦିନରେ ଏଭଳି ପ୍ରୟାସ ଜାରି ରଖିବା ପାଇଁ ଓଏଲଏଚଏମଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ସବୁ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ । ଏଥିସହିତ ଟାଟାର ଚେୟାରମାନ୍ ରତନ ଟାଟାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply