ଯୁବ ବିଜେଡି କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, ଯୁବପିଢ଼ିଙ୍କୁ କହିଲେ ନିଜ ମନର କଥା

ଭୁବନେଶ୍ୱର: ଯୁବ ବିଜେଡି କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଓଡ଼ିଶାର ଯୁବପିଢ଼ିଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ମନର କଥା କହିଛନ୍ତି । ଓଡ଼ିଆ ଭାଷା, କଳା ସଂସ୍କୃତି ଅନନ୍ୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି । ଓଡ଼ିଶାବାସୀ ଆମର ବସ୍, ଓଡ଼ିଶା ହକ୍ ପାଇଁ ଲଢ଼େଇ ଚାଲିଛି । ଯୁବ ବିଜେଡି କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ଜିତି କ୍ଷମତା ହାସଲ ଜାତୀୟ ଦଳର ଲକ୍ଷ୍ୟ । ଜାତୀୟ ଦଳର ରାଜ୍ୟମୁଖ୍ୟଙ୍କ ଲକ୍ଷ୍ୟ ଜାତୀୟ ନେତାଙ୍କୁ ଖୁସି କରିବା ।

ଜାତୀୟ ନେତାଙ୍କୁ ଖୁସି କରି ବଡ଼ ପଦବୀ ପାଇବା ସେମାନଙ୍କ ଲକ୍ଷ୍ୟ । ହିନ୍ଦୀ ଠାରୁ ଓଡ଼ିଆ ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମ ପାଇଁ ଯାହା ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦଳ ପାଇଁ ତାହା ନୁହେଁ । ପୂର୍ବରୁ କଂଗ୍ରେସ ସରକାର କେନ୍ଦ୍ର ରିମୋଟ କଂଟ୍ରୋଲରେ ଚାଲୁଥିଲା । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ କେନ୍ଦ୍ରର ରିମୋଟରେ ଚାଲୁଛନ୍ତି ।

ଜାତୀୟ ଦଳ କଂଗ୍ରେସ ଓ ବିଜେପିକୁ ନବୀନ ଟାର୍ଗେଟ୍ କରିଛନ୍ତି । ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ଆମର ଲଢ଼େଇ । ଜାତୀୟ ନୁହେଁ ଆଞ୍ଚଳିକ ଦଳ ହିଁ ରାଜ୍ୟବାସୀଙ୍କ ପାଇଁ ଲଢ଼େଇ କରେ । ବିଜେଡି ରାଜ୍ୟ ଯୁବ ସମାଜର ଆଶା, ଅଭିଳାଷ ପୂରଣ କରିପାରିବ । ବିଜେଡି ହିଁ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବ ବୋଲି ନବୀନ କହିଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଥିଲେ ।  ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟାେମକେଶ ରାୟ ସଭା ପରିଚାଳନ କରିଥିବା ଆଶିଷ ରଞ୍ଜନ ମିଶ୍ରଙ୍କ ଦ୍ୱାରା ଜାରି  ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

Leave a Reply