ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି, ଦ୍ୱିତୀୟ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

1 min read

ଭୁବନେଶ୍ୱର: ପଞ୍ଚମ ପାଳିର ଦ୍ୱିତୀୟ ବର୍ଷରେ ପାଦ ରଖିଛି ନବୀନ ସକରାର। ବିପର୍ଯ୍ୟୟ ମଧ୍ୟରେ ପୁଣିଥରେ ଓଡ଼ିଶାକୁ ଆଗେଇ ନେବାର ସଂକଳ୍ପ ନେବେ ରାଜ୍ୟ ସରକାର । ଚ୍ୟାଲେଞ୍ଚର ବର୍ଷକୁ ସଫଳତାର ସହ ସୁପରିଚାଳନା କରିଥିବା ରାଜ୍ୟ ସରକାରଙ୍କ ପାଇଁ ଆଗକୁ ରହିଛି ଅନେକ ଆହ୍ଵାନ । ଆର୍ଥିକ ସ୍ଥିତିକୁ ସଜାଡ଼ିବା, କରୋନ ସହ ଜୀବନଜୀବିକାକୁ ସ୍ୱାଭାବିକ କରିବା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ପୁଣିଥରେ ଆଗେଇ ନେବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି । ପଂଚମ ପାଳିର ବର୍ଷର ହିସାବନିକାଶ ସହ ଭବିଷ୍ୟତ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଞ୍ଚମ ପାଳିର ପ୍ରଥମ ବର୍ଷ । ନବୀନଙ୍କ ୨୦ବର୍ଷ ଶାସନର ସବୁଠାରୁ ବଡ଼ ଅଗ୍ନିପରୀକ୍ଷା । ଶପଥ ନେବା ପୂର୍ବରୁ ଫନି ଓ ସରକାର ଗଢ଼ିବା ପରେ ବୁଲ୍‌ବୁଲ୍‌ । ଆଉ ଏବେ ମହାମାରୀ କରୋନା । କେତେବେଳେ ବିପର୍ଯ୍ୟୟ ତ ପୁଣି କେତେବେଳେ ମହାବିପର୍ଯ୍ୟୟ । ସୁପରମ୍ୟାନ୍‌ ନବୀନ କିନ୍ତୁ ଅବିଚଳିତ । ପ୍ରତିଥର ପରି ଏଥର ମଧ୍ୟ ଫୁଙ୍କିଥିଲେ ମୁକାବିଲାର ମନ୍ତ୍ର । ନବୀନଙ୍କ ସଶକ୍ତ ରଣନୀତି ପୁଣି ବଞ୍ଚାଇଥିଲା ରାଜ୍ୟବାସୀଙ୍କ ଜୀବନ । ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଜାତୀୟ ସ୍ତରରେ ପୁଣି ଉଦାହରଣ ସାଜିଲା ଓଡ଼ିଶା । ଏସବୁ ଭିତରେ ଲୋକଙ୍କ ଘରେ ପହଞ୍ଚିଲା ସରକାର । ଆରମ୍ଭ ହେଲା 5-ଟି ଓ ମୋ ସରକାର କାର୍ଯ୍ୟକ୍ରମ । ପଞ୍ଚମ ପାଳିର ପ୍ରଥମ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ସହ ସିଧା କଥା ହେଲେ ଜନତା । ଆଉ ରାଜ୍ୟରେ କରୋନା ପଶୁ ପଶୁ ମାଳ ମାଳ କୋଭିଡ୍‌ ହସପିଟାଲ୍‌ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହାରଣ ସାଜିଲେ ନବୀନ।

ସଫଳତାର ସହ ପ୍ରଥମ ବର୍ଷ ଅତିକ୍ରମ କରିବା ପରେ ଏବେ ଆରମ୍ଭ ହୋଇଛି ଆଗାମୀ ପ୍ରସ୍ତୁତି । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ବିକାଶମୂଳକ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା କଣ ରହିବ ପଞ୍ଚମ ପାଳିର ପ୍ରଥମ ଦ୍ୱିତୀୟ ବର୍ଷ ପାଇଁ ଚ୍ୟାଲେଞ୍ଜ ।…

୧- ଜୀବନଜୀବିକା ସହ କରୋନାର ଲମ୍ବା ଲଢେଇ ଲଢିବା

୨- ବିଗିଡ଼ିଥିବା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା

୩- କଟକ ବଡ଼ ମେଡ଼ିକାଲକୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରିବା

୪-ଶ୍ରୀକ୍ଷେତ୍ର,ଏକାମ୍ର କ୍ଷେତ୍ର ଓ ବିଭିନ୍ନ ଧାର୍ମିକ ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟକ୍ରକୁ ତ୍ୱରାନ୍ୱିତ କରିବା

୫-ଚାଷ ଓ ଚାଷୀ, ପ୍ରବାସୀ ଓଡ଼ିଆଙ୍କୁ ଥଇଥାନ, ବିପର୍ଯ୍ୟୟ ପରବର୍ତ୍ତି ପୁନଃ ନିର୍ମାଣ

୬- ପୌର ଓ ପଞ୍ଚାୟତ ନିର୍ବାଚନର ଉପରେ ନଜର

ଏହାସହ  ପଞ୍ଚମ ପାଳିରେ ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବାର ପ୍ରତିବଦ୍ଧାତା ବଜାୟ ରଖିବାକୁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମନ୍ତ୍ରୀମାନେ ମଧ୍ୟ ନିଜ ନିଜର ବିଭାଗ ପାଇଁ ଆଗାମୀ ଦିନରେ ଥିବା ଆହ୍ଵାନକୁ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି । ଏହାସହ ବର୍ଷ ତମାମ୍‌ ରିର୍ପୋଟ ପ୍ରସ୍ତୁତି କରି ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ତୟାର ରହିଥିବା କହିଛନ୍ତି।

Leave a Reply