ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୃହପାଳିତ ପ୍ରାଣୀଙ୍କ ନିକଟରେ ପହଞ୍ଚି ସ୍ବାସ୍ଥ୍ୟସେବା । ଏନେଇ ୧୮୧ଟି ନୂଆ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକତ୍ସା ସେବା ଯୋଜନାରେ ଏହି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ କ୍ରୟ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ  30 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରାଣୀ ଚିକିତ୍ସାଳୟ ଠାରୁ ଦୂର ସ୍ଥାନରେ ଥିବା ଗାଁରେ ପଶୁମାନଙ୍କୁ ଚିକତ୍ସାସେବା ଯୋଗଇବା ଲକ୍ଷ୍ୟରେ ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶୁପାଳକଙ୍କ ଆୟ ଦ୍ବିଗୁଣିତ କରିବା ଓ ବ୍ୟବସାୟକୁ ଉନ୍ନତ କରିବା ପାଇଁ ଏହି ଉଦ୍ୟମ ସହାୟକ ହେବ ବୋଲି ଆଶା ରଖାଯାଇଛି  ।