କରୋନା ମୁକାବିଲା ଦିଗରେ ରାଜ୍ୟ-କେନ୍ଦ୍ରର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା: ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଦେଲେ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ଏଯାବତ୍ ମୋଟ ୪୭ ଲକ୍ଷ କୋଭିଡ ଟିକାର ଡୋଜ୍ ଦିଆଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ରହିଛନ୍ତି । ଦୈନିକ ୩ ଲକ୍ଷ ଟିକାକରଣର ନେଇ ରାଜ୍ୟର କ୍ଷମତା ରହିଛି । ଅପରପକ୍ଷରେ ଟିକାକରଣ ଦିଗରେ ରାଜ୍ୟବାସୀଙ୍କ ଅଭୂତପୂର୍ବ ସହଯୋଗ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୈନିକ ୩ ଲକ୍ଷ କରୋନା ଟିକାର ଡୋଜ୍ ଦିଆଗଲା ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ଟିକାକରଣ ନେଇ ୧୬୦ ଦିିନ ସମୟ ଲାଗିବ । କିନ୍ତୁ ଟିକା ପ୍ରଧାନରେ ଅସୁବିଧା ଯୋଗୁଁ ଆମକୁ ଏହି ଟାର୍ଗେଟ ହାସଲ କରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏଣୁ ୨୫ ଲକ୍ଷ ଭ୍ୟାକ୍ସିନ ଯୋଗାଇବାକୁ ଚିଠିରେ ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ । ଏହାଛଡା ଟିକାକୁ ୪ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ବର୍ତ୍ତମାନର କରୋନା ସ୍ଥିତିକୁ ନଜରରେ ରଖି ଭ୍ୟାକ୍ସିନକୁ ଖୋଲା ବଜାରରେ ବିକ୍ରି ଅନୁମତି ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଯେଉଁମାନେ ଏହି ଟିକା କିଣିବାରେ ସକ୍ଷମ ହେବେ ସେମାନେ ନିଜେ ଟିକା ନେଇପାରିବେ । ଯେଉଁ ଟିକା ଗୁଡିକୁ ମଞ୍ଜୁରୀ ମିଳିଛି ତାର ଯୋଗାଣ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି ।

 

Leave a Reply