ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି । ପବିତ୍ର ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀପାବଳି ଅବସରରେ ନବୀନ ନିବାସକୁ ଦୀପର ଆଲୋକରେ ଆଲୋକିତ କରାଯାଇଛି । କୋଣ ଅନୁକୋଣରେ ଧାଡ଼ି କରି ଅତି ସୁନ୍ଦର ଭାବେ ଦୀପ ସଜାଯାଇଛି । ଦୀପର ଆଲୋକରେ ନବୀନ ନିବାସର ସୌନ୍ଦର୍ଯ୍ୟ ବଢ଼ିଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇବା ସହ ସମସ୍ତଙ୍କର ଉନ୍ନତି କାମନା କରିଛନ୍ତି । ପବିତ୍ର ଦୀପାବଳିରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ହଟାଇ ଆଲୋକର ଉଦ୍ଦୀପନା ଖେଳିଯିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଡିଆ ରିତିନିତୀ ଏବଂ ହିନ୍ଦୁ ଧର୍ମର ମହତ୍ୱ ଅନୁଯାୟୀ ଦୀପ ଜାଳି ନବୀନ ନିବାସକୁ ଆଲୋକିତ କରାଯାଇଛି । ଆଉ ଆଲୋକର ଶିକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବୁଲି ବୁଲି ଏହାକୁ ଅନୁଭବ କରୁଥିବା ଭିଡିଓରେ ପ୍ରତୀୟମାନ ।