ବେଙ୍ଗାଳୁରୁ ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁମ୍ବାଇ ପରେ ବେଙ୍ଗାଳୁରୁ । ଆସନ୍ତା ୨୮ ତାରିଖରେ ସିଲିକନ ସିଟିରେ ନିବେଶ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଙ୍ଗାଳୁରୁରେ ମେକଇନ ଓଡ଼ିଶାର ରୋଡ ଶୋ’ର ପଞ୍ଚମ ସଂସ୍କରଣ ଆୟୋଜନ କରାଯିବ । ଏହି ଅବସରରେ ଶିଳ୍ପପତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ଇନଭେଷ୍ଟର୍ସ ମିଟ୍‌ ହେବ । ପୁଞ୍ଜିନିବେଶ ପାଇଁ କାହିଁକି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଥିବା ନେଇ ଶିଳ୍ପପତିଙ୍କୁ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି ।