ସଂଧ୍ୟାରେ CM କରିବେ ବଡ଼ ଘୋଷଣା, କ୍ୟାବିନେଟ୍ ନେଇଛି ଐତିହାସିକ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କରିବେ ବଡ଼ ଘୋଷଣା । ଲୋକସେବା ଭବନରେ ଜାରି ରହିଛି କ୍ୟାବିନେଟ ବୈଠକ । ଉକ୍ତି କ୍ୟାବିନେଟରେ ବଡ଼ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉଥିବା ସୂଚନା ମିଳିଛି । ରାଜ୍ୟ କ୍ୟାବିନେଟରେ ଆସିବ ଐତିହାସିକ ନିଷ୍ପତ୍ତି, ତେଣୁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ବଢିଛି ।
ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଧ୍ୟା ୬ଟା ୩୦ରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ । କ୍ୟାବିନେଟରେ ନିଆଯାଇଥିବା ବଡ଼ ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ । କ୍ୟାବିନେଟରେ ୧୦ରୁ ଉର୍ଦ୍ଧ୍ୱ ନିଷ୍ପତିରେ ବାଜିପାରେ ମୋହର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ ।