ପ୍ଲାଜ୍‌ମା ଦାତାଙ୍କୁ ସାଧୁବାଦ୍‌ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ଲାଜ୍‌ମା ଦାତାଙ୍କୁ ସାଧୁବାଦ ଜଣାଇଛନ୍ତି । ସେ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ କହିଛନ୍ତି ଯେ, ପ୍ଲାଜମା ଦାନ କରି ରାଜ୍ୟର କୋଭିଡ-୧୯ ମୁକାବିଲାକୁ ସୁଦୃଢ଼ କରୁଥିବା କୋଭିଡ୍‌ ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ଅନେକ ଅନେକ ସାଧୁବାଦ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ଲାଜ୍‌ମା ଦାନ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହି ଜନଆନ୍ଦୋଳରେ ସାମିଲ ହୋଇ ୩୦୦ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି । ସେମାନଙ୍କ ପ୍ଲାଜ୍‌ମା ଦାନ ଦ୍ୱାରା ଅନେକ ଗୁରୁତର ରୋଗୀ ସୁସ୍ଥ ହୋଇଛନ୍ତି । ପ୍ଲାଜ୍‌ମା ଥେରାପୀ ଦ୍ୱାରା ସେମାନଙ୍କ ଜୀବନ ରକ୍ଷା ହୋଇପାରିଛି । କରୋନାରେ ଗୁରୁତର ସଂକ୍ରମିତଙ୍କୁ ପ୍ଲାଜ୍‌ମା ଦାନ କରି ଜୀବନ ରକ୍ଷା କ୍ଷେତ୍ରରେ ଏହି ଯୋଦ୍ଧାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଅନ୍ୟପଟେ ଆଜି ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଗାନ୍ଧୀଙ୍କ ଫଟୋ ରଖି ପୂଷ୍ପମାଲ୍ୟ ଆର୍ପଣ କରିଛନ୍ତି । ଏନେଇ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ଦେଖାଯାଇଛି ।

Leave a Reply