ପ୍ଲାଜ୍ମା ଦାତାଙ୍କୁ ସାଧୁବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1 min readଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ଲାଜ୍ମା ଦାତାଙ୍କୁ ସାଧୁବାଦ ଜଣାଇଛନ୍ତି । ସେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ କହିଛନ୍ତି ଯେ, ପ୍ଲାଜମା ଦାନ କରି ରାଜ୍ୟର କୋଭିଡ-୧୯ ମୁକାବିଲାକୁ ସୁଦୃଢ଼ କରୁଥିବା କୋଭିଡ୍ ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ଅନେକ ଅନେକ ସାଧୁବାଦ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ଲାଜ୍ମା ଦାନ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହି ଜନଆନ୍ଦୋଳରେ ସାମିଲ ହୋଇ ୩୦୦ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି । ସେମାନଙ୍କ ପ୍ଲାଜ୍ମା ଦାନ ଦ୍ୱାରା ଅନେକ ଗୁରୁତର ରୋଗୀ ସୁସ୍ଥ ହୋଇଛନ୍ତି । ପ୍ଲାଜ୍ମା ଥେରାପୀ ଦ୍ୱାରା ସେମାନଙ୍କ ଜୀବନ ରକ୍ଷା ହୋଇପାରିଛି । କରୋନାରେ ଗୁରୁତର ସଂକ୍ରମିତଙ୍କୁ ପ୍ଲାଜ୍ମା ଦାନ କରି ଜୀବନ ରକ୍ଷା କ୍ଷେତ୍ରରେ ଏହି ଯୋଦ୍ଧାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ତଥା ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ଲୋକଙ୍କ କଲ୍ୟାଣରେ ତାଙ୍କ ପ୍ରଦର୍ଶିତ ମାର୍ଗ ସର୍ବଦା ସହାୟକ ହେବ ବୋଲି ସେ କହିଛନ୍ତି। #MahatmaGandhi pic.twitter.com/X4V6BUI8JS
— CMO Odisha (@CMO_Odisha) October 2, 2020
ଅନ୍ୟପଟେ ଆଜି ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଗାନ୍ଧୀଙ୍କ ଫଟୋ ରଖି ପୂଷ୍ପମାଲ୍ୟ ଆର୍ପଣ କରିଛନ୍ତି । ଏନେଇ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ଦେଖାଯାଇଛି ।