ନବୀନଙ୍କ ପାଇଁ ଜନ୍ମଦିନଠାରୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିକାଶ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । କିନ୍ତୁ ଜନ୍ମଦିନ ପାଳିବାଠୁ ନବୀନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିକାଶ । ଆସନ୍ତାକାଲି ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ । ଏଥିପାଇଁ ଆଜି ହାଇଦ୍ରାବାଦ ଗସ୍ତରେ ଯାଉଛନ୍ତି ନବୀନ ।

ଆସନ୍ତାକାଲି ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ବେଷ୍ଟ ବୁଝାଇ କହିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶା ସଂସ୍କରଣ ଥ୍ରୀ । ଏହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର୍ସ ମିଟ୍ ଜରିଆରେ ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛନ୍ତି ନବୀନ ।

ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ପ୍ଲସ ସୁବିଧା ଯୋଗଇ ଦେବାର ପ୍ରତିଶ୍ରୁତି ବି ଦେଉଛନ୍ତି ରାଜ୍ୟ ସରକାର । ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ବ୍ୟାପକ ପୁଞ୍ଜି ପ୍ରତିଶ୍ରୁତି ମିଳିବ ବୋଲି ଆଶା କରାଯାଉଛି । ଆସନ୍ତା ୧୮ ତାରିଖ ଦିନ ୪ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଂସ୍କରଣ ଥ୍ରୀ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ ଓ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ଆସିବେ ।