ସରିଲା ନିବେଶକ ସମ୍ମିଳନୀ, ପୁଞ୍ଜିପତିଙ୍କୁ ‘ମେକ ଇନ୍ ଓଡ଼ିଶା କନକ୍ଲେଭ’କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

1 min read

ମୁମ୍ବାଇ: ଦୁଇ ଦଶନ୍ଧି ଧରି ଶିଳ୍ପାୟନରେ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହୋଇଛି । ସାରା ଦେଶରେ ଓଡ଼ିଶା ଏବେ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛନ୍ତି। ଦେଶର ଅର୍ଥନୀତିରେ ଓଡ଼ିଶାର ଅବଦାନ ଅଧିକ। ମୁମ୍ବାଇରେ ପୁଞ୍ଜିନିବେଶକାରୀଙ୍କୁ ଉଦବୋଧନ ଦେଇ ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୬ ଓ ୨୦୧୮ରେ ସଫଳତାର ସହ ୨ଟି MIO କନକ୍ଲେଭ ଆୟୋଜନ ହୋଇଛି। ଚଳିତବର୍ଷ ହେବ ବଡ଼ ଧରଣର MIO କନକ୍ଲେଭ।

ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାରେ ଦକ୍ଷ ମାନବସମ୍ବଳ ରହିଛି। ଶିଳ୍ପପତିଙ୍କ ଯୋଗଦାନ ଏହାକୁ ଅଧିକ ସମୃଦ୍ଧ ଓ ସଫଳ କରିବ । ସ୍ଥାୟୀ ସରକାର ଓ ପ୍ରଗତିଶୀଳ ନୀତି ଯୋଗୁଁ ଓଡ଼ିଶା ଆଗଉଛି ବୋଲି କହିଛନ୍ତି ନବୀନ । ୟୁନିକ ଇକୋସିଷ୍ଟମ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଓଡ଼ିଶା ଏବେ ଆଚିଭର ଷ୍ଟେଟର ମାନ୍ୟତା ପାଇଛି । ଇଜ୍ ଅଫ୍ ଡୁଇଂ ବିଜିନେସ ରେଟିଂରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶା ଏବେ ସାରା ଦେଶର ପୁଞ୍ଜିପତିଙ୍କ ଡେଷ୍ଟିନେସନ ପାଲଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ ବେଳେ ବୁଝାଇ କହିଥିଲେ ଓଡ଼ିଶାର ସରଳ ଶିଳ୍ପନୀତି ବାବଦରେ । ଓଡ଼ିଶାରେ ପୁଞ୍ଜିନିବେଶ ନେଇ କି କି ସୁବିଧା ରହିଛି, ସରକାର କି ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି, ପାଣି, ଖଣି, ବିଦ୍ୟୁତ ମହଜୁଦ ରହିଥିବା ବେଳେ ସିଙ୍ଗିଲ ୱିଣ୍ଡୋରେ ମିଳୁଛି ସବୁ ସୁବିଧା ନେଇ ବକ୍ତବ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ ।