ହସିବ ପଶ୍ଚିମ ଓଡ଼ିଶା, କାଲି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ

1 min read

ନୂଆପଡ଼ା/ବଲାଙ୍ଗିର: ଆସନ୍ତାକାଲି ଲୋକାର୍ପଣ ହେବ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବା ସହ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ଭେଟି ଦେବେ । ନୂଆପଡ଼ା ଜିଲ୍ଲାର ଚାଷ ଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି  ।

CM Naveen Patnaik To Inaugurate Lower Indra Project Tomorrow 

ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । କଳାହାଣ୍ଡି ସୁନ୍ଦରଗଡ଼ ପରେ କାଲି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡ଼ା ଓ ବଲାଙ୍ଗିରକୁ ଦେବେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି । ସବୁଠୁ ଅଧିକ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଯାହା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ । ଏକ ହଜାର ୬୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯାହାକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟାଇବାରେ ବେଶ ସହାୟକ ହେବ । ବିଜେଡିର କହିବା କଥା ହେଉଛି-୨୧ ବର୍ଷ ଧରି ରାଜ୍ୟ ଚତୁଃପାର୍ଶ୍ୱର ବିକାଶର କର୍ଣ୍ଣଧାର ସାଜିଛନ୍ତି ନବୀନ । ସେହି ବିକାଶର ଆଉ ଏକ ନୂଆ ଫର୍ଦ୍ଦ ନୂଆପଡ଼ାରେ ଯୋଡ଼ି ହେବାକୁ ଯାଉଛି ।

CM Naveen Patnaik To Inaugurate Lower Indra Project Tomorrow 

ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଥିଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଏହି କ୍ରମରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ । ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ଭେଟି ଦେବା ପରେ ଚିନ୍ତାରେ ବିରୋଧୀ । ବିଜେପି କହିଛି- ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଆଗକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି କେନ୍ଦ୍ରକୁ ଦେବ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଂଗ୍ରେସ ବି ନାନା ପ୍ରଶ୍ନ ଉଠାଇଛି ।

CM Naveen Patnaik To Inaugurate Lower Indra Project Tomorrow 

ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ ଗ୍ରାଉଣ୍ଡକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହାସହ ତୃଣମୂଳ ସ୍ତରରେ ଯୋଜନା ପହଞ୍ଚିବାରେ କେଉଁଠି ସମସ୍ୟା ରହୁଛି ତାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଲଇଡି ଜରିଆରେ ବିଭିନ୍ନ ସ୍ଥାନରେ ଏହି ଲୋକାର୍ପଣ ଉତ୍ସବ ପ୍ରଦର୍ଶିତ କରାଯିବ ।

Leave a Reply