୪୨ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଶୁକ୍ରବାର ମିଳିବ ‘କାଳିଆ’ର ପଞ୍ଚମ କିସ୍ତି
1 min read
ଭୁବନେଶ୍ୱର: ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ମିଳିବ ‘କାଳିଆ’ଟଙ୍କା । ଆସନ୍ତାକାଲି ଶୁକ୍ରବାର ଅପରାହ୍ଣ ୫ଟାରେ ମିଳିବ ଅର୍ଥ । କାଳିଆ ଯୋଜନାର ପଞ୍ଚମ ପର୍ଯ୍ୟାୟ କିସ୍ତି ଅର୍ଥ ମିଳିବ । ମୁଖ୍ୟମନ୍ତ୍ରୀ ପ୍ରାୟ ୯ ଶହ ୨୦ କୋଟି ଟଙ୍କା ଏଥିପାଇଁ ମଞ୍ଜୁର କରିବେ । ୪୨ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ ହେବେ । ସେମାନଙ୍କ ଭିତରେ ୩୬ ଲକ୍ଷ ୯୮ ହଜାର ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ ।

ଏମାନଙ୍କ ଭିତରେ ଦେଢ଼ ଲକ୍ଷ ଚାଷୀ ପୁରୀ ଜିଲ୍ଲାର ଅଛନ୍ତି । ଏମାନେ ଗତଥର କିସ୍ତି, ପିପିଲି ନିର୍ବାଚନ ଆରଚରଣ ବିଧି ଯୋଗୁଁ ପାଇନଥିଲେ । ବାକି ୪ ଲକ୍ଷ ୮୮ ହଜାର ହେଉଛନ୍ତି ଭୂମିହୀନ ଚାଷୀ । ସେମାନଙ୍କୁ ଅଢେଇ ହଜାର ଲେଖାଁଏ ଟଙ୍କା ମିଳିବ । ଫେବ୍ରୁଆରୀ ମାସରେ ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ ୭୨ କୋଟି ଟଙ୍କା ମିଳିଥିବା ବେଳେ ଏପ୍ରିଲ ମାସରେ ୩୪ ଲକ୍ଷ ଚାଷୀଙ୍କୁ ୬ ଶହ ୯୩ କୋଟି ୯୪ ଲକ୍ଷ ଟଙ୍କା ମିଳିଥିଲା ।