ଆସନ୍ତାକାଲି ପୁରୀ ଆସିବେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପରିକ୍ରମା ଯୋଜନାର କରିବେ ଶିଳାନ୍ୟାସ

1 min read
CM Naveen Patnaik To Be Lay Stone Foundation For Puri Shri Mandir Parikrama Project Tomorrow

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ହୋଇଥିବା ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ପୁରୀରେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂ । ଆସନ୍ତାକାଲି ସକାଳ ସାଢ଼େ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସୂର୍ଯ୍ୟପୂଜା, ଅଗ୍ନିପୂଜା ଓ ଯଜ୍ଞବିଧି ସମ୍ପନ୍ନ ହେବ । ୧୦ଟା ୧୫ରୁ ସାଢ଼ା ୧୦ଟା ମଧ୍ୟରେ ଶିଳା ସ୍ଥାପନ ଓ ପୁଷ୍ପାଞ୍ଜଳି ସହ ପୂର୍ଣ୍ଣାହୁତି ଦିଆଯିବ ।

CM Naveen Patnaik To Be Lay Stone Foundation For Puri Shri Mandir Parikrama Project Tomorrow

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିକ୍ରମା ଯୋଜନା ପାଇଁ ଜମି ପ୍ରଦାନ କରିଥିବା ଲୋକଙ୍କୁ ସମ୍ମାନିତ କରିବେ । ପରିକ୍ରମା ଯୋଜନାର ଏକ ମଡେଲ୍ ମୁଖ୍ୟମନ୍ତ୍ରୀ ଅନାବରଣ କରିବେ ବୋଲି ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ପୁରୀର ସବୁ ବିଧାୟକ ଓ ସାଂସଦ ଯୋଗଦେବେ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଅତିରିକ୍ତ ଏସପି, ୧୦ଜଣ ଡିଏସପି, ୪୦ଜଣ ଇନସ୍ପେକ୍ଟର ଓ ୧୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି ବୋଲି ଏସପି କହିଛନ୍ତି ।

CM Naveen Patnaik To Be Lay Stone Foundation For Puri Shri Mandir Parikrama Project Tomorrow

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ସମ୍ମୁଖ ଭାଗ ପରିବେଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ଚାଲିଛି ଯଜ୍ଞ । ତ୍ରି-ଦିନାତ୍ମକ ଯଜ୍ଞର ଆଜି ଦ୍ଵିତୀୟ ଦିବସ । ଆଜି ଦ୍ୱିତୀୟ ଦିନରେ ମନ୍ତ୍ର ଓ ବେଦପାଠରେ କମ୍ପୁଛି ଯଜ୍ଞ ସ୍ଥଳ । ସକାଳୁ ସକାଳୁ ବ୍ରାହ୍ମଣଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ସହ ଆଜି ଶିଳା ପୂଜନ କରାଯିବ । ଆସନ୍ତାକାଲି ପୂର୍ଣ୍ଣାହୁତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ । ଶ୍ରୀମନ୍ଦିର ସୁରକ୍ଷା କରିଡର ପରିକଳ୍ପନାର ପ୍ରଥମ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ।

Leave a Reply