ମାଓ ଦମନ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ

CM Naveen Patnaik To Attend Home Ministry Mao Meeting

ନୂଆଦିଲ୍ଲୀ: ମାଓ ଦମନ ନେଇ ଆଜି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟର ବୈଠକ ବସିବ । କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ଉଠାଇପାରନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ୫ଟି ଜିଲ୍ଲାରେ ମାଓ ହିଂସା ହ୍ରାସ ହୋଇଥିବା ବେଳେ ମାଓ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ କେନ୍ଦ୍ରକୁ ଅବଗତ କରାଇବେ ନବୀନ । ଏହାସହ କେନ୍ଦ୍ରୀୟ ବକେୟା ଅର୍ଥ ଦେବା ପାଇଁ ଦାବି କରିବେ । ପାଖପାଖି ୨୯୦୭କୋଟି ବକେୟା ଟଙ୍କା ପ୍ରଦାନ ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଅଂଶଧନ ବାବଦରେ ରାଜ୍ୟର ହକ୍ ବାବଦରେ ବକେୟା ରହିଥିବା ଅର୍ଥକୁ ଦେବା ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ ।

Leave a Reply