ଉପ-ନିର୍ବାଚନରେ ବିପୁଳ ବିଜୟ ପରେ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର:  ଉପ-ନିର୍ବାଚନରେ ବିଜୟ ପରେ ସମ୍ୱୋଧିତ କରିବେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ । ସଂନ୍ଧ୍ୟା ୬ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉପ-ନିର୍ବାଚନ ଦାୟିତ୍ୱରେ ଥିବା ନେତା, କର୍ମୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସମ୍ୱୋଧିତ କରିବେ ଦଳୀୟ ସଭାପତି । ସଦ୍ୟ ସମାପ୍ତ ଉପ-ନିର୍ବାଚନରେ ବିଜେଡି ବାଜିମାତ୍ କରିବା ପରେ ଆଜି ଉଭୟ ବିଧାନସଭାର ଭୋଟରମାନଙ୍କୁ ମଧ୍ୟ ସମ୍ୱୋଧିତ କରିବେ ।

 ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ କରିଛି । ତାହା ବି ପୁଣି ଭଲ ଭୋଟ ବ୍ୟବଧାନରେ । ଏନେଇ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଦଳୀୟ କର୍ମୀମାନଙ୍କ ନିରନ୍ତର ଉଦ୍ୟମ, ସେବାମନୋବୃତ୍ତି ପାଇଁ ଦଳ ପୁଣିଥରେ ନିଜର ତାକତ ଦେଖାଇ ପାରିଛି ବୋଲି ବିଜେଡି ନେତା ପ୍ରକାଶ କରିଛନ୍ତି । ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ଓ ଉତ୍ସାହିତ କରିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି ।

Leave a Reply