ନିଟ୍‌ ଟପ୍ପର ସୋଏବଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read
Naveen Unsatisfied With Different Department Reaction On School And College Reopen

ଭୁବନେଶ୍ୱର: ନିଟ୍‌ ପରୀକ୍ଷାରେ ରେକର୍ଡ କରିଥିବା ସୋଏବ୍‌ ଅଫ୍‌ତାବଙ୍କ ସହ ଫୋନ୍‌ରେ  କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋଏବଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଜୀବନରେ ମଧ୍ୟ ଏଭଳି ସଫଳ ହୁଅ ବୋଲି କହିଛନ୍ତି ।

ତେବେ ଏହା ପର୍ବରୁ ଶନିବାର ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ CMO ପକ୍ଷରୁ ଟ୍ୱିଟ୍‌ ଯୋଗେ ସୋଏବଙ୍କୁ ଅଭିନନ୍ଦନ ଦିଆଯାଇଥିଲା । ଏହା ପରେ ରବିବାର ମୁଖ୍ୟମନ୍ତ୍ରୀ ସୋଏବଙ୍କ ସହ ଫୋନ୍ ଯୋଗେ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।‌

ସୂଚନାଯୋଗ୍ୟ, ଶୁକ୍ରବାର ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । କୋଭିଡ୍ କଟକଣା ମଧ୍ୟରେ ଏବର୍ଷର ନିଟ୍ ପରୀକ୍ଷା ହୋଇଥିଲା । ତେବେ ଏଥର ପରୀକ୍ଷାରେ ଜଣେ ଓଡିଆ ପୁଅ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି । ନିଟ୍ ପରୀକ୍ଷାରେ ଏଭଳି ପ୍ରଦର୍ଶନ କରିବାରେ ସେ ପ୍ରଥମ । ୭୨୦ ରୁ ୭୨୦ ମାର୍କ ରଖିବାର ସ୍ୱଭାଗ୍ୟ ଅର୍ଜନ କରିଛନ୍ତି ସୋଏବ୍‌ । ଉଲ୍ଲେଖଯୋଗ୍ୟ ଯେ ସେ ରାଉରକେଲାର ବାସିନ୍ଦା ଅଟନ୍ତି । ତେବେ ତାଙ୍କ କଠିନ ପରିଶ୍ରମ ରାଜ୍ୟ ପାଇଁ ଏହି ଗୌରବ ଆଣିଛି । ଏହା ପୂର୍ବରୁ ଓଡ଼ିଶା ପକ୍ଷରୁ କେହି NEET ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିନଥିଲେ ।

Leave a Reply