କୋଭାକ୍ସିନ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1 min readଭୁବନେଶ୍ବର: କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଲେ ଆଜି ଏଭି ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Happy to share that I took my first dose of #COVID19 vaccine today. Grateful to our scientists, health workers for their race against time to deliver the vaccines to people.
Appeal to all eligible people to come forward and get vaccinated for a #CovidFreeOdisha. pic.twitter.com/aqqKSeb2ME
— Naveen Patnaik (@Naveen_Odisha) March 1, 2021
ବିଧାନସଭା ଡିସ୍ପେନ୍ସାରିରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କୋଭାକ୍ସିନ ଟିକା ନେଇଛନ୍ତି । ସୂଚନା ମୁତାବକ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ସାମିଲ ହେବା ସହ ଟିକା ନେଇପାରିବେ । ସେହିପରି ସମସ୍ତଙ୍କୁ ଟିକା ନେବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣରେ ଡୋଜ ନେଇ ଖୁସି ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତାଠୁ ଅଧିକ ବୟସ୍କ ବ୍ୟକ୍ତିମାନେ ଟିକା ନେଇପାରିବେ। ଟିକା ନେବାକୁ ହେଲେ ସରକାରଙ୍କ Co-WIN2.0 ପୋର୍ଟାଲ୍ରେ (‘କୋ-ଓ୍ଵିନ୍୨.୦) ନାମ ପଞ୍ଜିକରଣ କରାଇପାରିବେ।