ସାଢ଼େ ୮ଲକ୍ଷ ଆକାଉଣ୍ଟକୁ ଗଲା ସହାୟତା ରାଶି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଘର ମରାମତି ରାଜ୍ୟ ସରକାର ପ୍ରଦାନ କଲେ ସହାୟତା ରାଶି । ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ୩ହଜାର ଟଙ୍କା ସହାୟତା, ଘର ପାଇନଥିବା ହିତାଧିକାରୀଙ୍କୁ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।
ସୂଚନା ମୁତାବକ ବିଜୁ ପକ୍କାଘର ଯୋଜନାରେ ୩୧ଲକ୍ଷ ଲୋକଙ୍କୁ ଘର ଯୋଗାଣ କରିଛନ୍ତି ରାଜ୍ୟ ସରକାର । ଘର ମରାମତି ଓ ସହାୟତା ରାଶିନିଜସ୍ୱ ପାଣ୍ଠିରୁ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ସହାୟତାକୁ ନେଇ ମନର କଥା ପ୍ରକାଶ କରିଛନ୍ତି ହିତାଧିକାରୀ । ବିଭିନ୍ନ ଜିଲ୍ଲାର ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି ‘ଘର ଆମର ପରିଚୟ, ଆମର ସ୍ୱାଭିମାନ’ । ସବୁ କଚ୍ଚାଘରକୁ ପକ୍କାଘର କରିବାକୁ ସରକାର ପ୍ରଯତ୍ନ ରହିଛନ୍ତି ।
ରାଜ୍ୟବାସୀଙ୍କୁ ଦେଇଥିବା କଥା ଆମେ ପୂରଣ କରିଛୁ । ରାଜ୍ୟର ଶେଷ କଚ୍ଚାଘରକୁ ପକ୍କା କରିବା ଉଦ୍ୟମ ଜାରିରହିଛି । ୩୧ଲକ୍ଷ ପରିବାରକୁ ପକ୍କାଘର ଯୋଗାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପକ୍କାଘରର ମରାମତି ପାଇଁ ସହାୟତା ଦେବାକୁ ଘୋଷଣା କରିଥିଲୁ । ସାଢ଼େ ୮ଲକ୍ଷ ପରିବାରର ଆକାଉଣ୍ଟକୁ ଆଜି ସହାୟତା ରାଶି ପଠାଯାଇଛି । ପ୍ରତି ପରିବାରକୁ ୩ହଜାର ଲେଖାଏଁ, ୧୪୪୪କୋଟି ଟଙ୍କା ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।