ରାଜ୍ୟ ବିକାଶରେ କେନ୍ଦୁଝରର ବଡ଼ ଅଂଶ, ମୁଁ ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛି..

1 min read

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ନବୀନ ଯୁଗ  । ଜୟ ମା ତାରିଣୀରୁ ଆରମ୍ଭ କରିଥିଲେ ଭାଷଣ  । ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଆପଣଙ୍କୁ ଭେଟି ବହୁତ ଖୁସି  । ଏ ମାଟିର ବିପ୍ଲବୀ ଧରଣୀଧରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  । ଆଜି ସାରା ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୌରବର ଦିନ  । ବହୁ ଦିନର ଆଶା ପୂରଣ ହୋଇଛିନ  । ଏହା ରାଜ୍ୟର 10 ତମ ମେଡିକାଲ କଲେଜ  । ଆପଣ ମାନେ ଖୁସି ତ ବୋଲି ଉଦବୋକଧନ ଦେଇଥିଲେ  । ପ୍ରତି ଉତ୍ତରରେ କହିଥିଲେ ମୁଁ ବି ବହୁତ ଖୁସି… ଜିଲ୍ଲାରେ ମେଡିକାଲ କଲେଜ ହେବା ଦ୍ୱାରା ଅଧିକ ଡାକ୍ତର ବାହାରିବେ  । ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ  ।

ଗରିବ ରୋଗୀଙ୍କୁ ଆଉ କଟକ ଭୁବନେଶ୍ୱର ଯିବାକୁ ପଡିବ ନାହିଁ  । କ୍ୟାନ୍ସର କେୟାର ଓ ନର୍ସିଙ୍ଗ କଲେଜ ଏଠାରେ ଖୁବ ଶୀଘ୍ର ଖୋଲାଯିବ  ।  ମୋ ପାଇଁ ସବୁ ଜୀବନ ମୂଲ୍ୟବାନ । ଏହା ସ୍ୱାସ୍ଥ୍ୟ ସେବାକୁ ବାଟ ଦେଖାଇଛି  । BSKY ସୁବିଧା ଅନେକ ପାଇଛନ୍ତି  । ଏହା ସାରା ଭାରତ ବର୍ଷରେ ଶ୍ରେଷ୍ଠ ଯୋଜନା  ।  ଭଲ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି ସାଧାରଣ ରୋଗୀ  ।  କେନ୍ଦୁଝରର 24 ହଜାର ଲୋକ ସୁବିଧା ପାଇଛନ୍ତି  । କେନ୍ଦୁଝର ଖଣି ଅଞ୍ଚଳ, ଓଡ଼ିଶା ବିକାଶରେ ଏହାର ବହୁତ ଅଂଶ ଅଛି  । ମିଲେଟ ମିଶନରେ କେନ୍ଦୁଝର ଚାଷୀ ସୁନାମ ଆଣିଥିବାରୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ   ।

ମିଶନ ଶକ୍ତି ମହିଳା ମାନେ ଆଜି ରୋଜଗାର କ୍ଷମ ହୋଇଛନ୍ତି  । ନିଜ ପରିବାର, ଅଞ୍ଚଳ ଏବଂ ରାଜ୍ୟର ବିକାଶରେ ସହାୟକ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ଭାଷଣରେ  ଚାଷୀ, ମହିଳା ଓ ଯୁବକଙ୍କୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ  । କହିଥିଲେ ଚାଷୀ-ଯୁବକ-ମହିଳା ଆମ ରାଜ୍ୟର ତ୍ରିଶକ୍ତି  । ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବାରେ ଗୁରୁତ୍ୱ ବହନ କରିବେ ଏମାନେ  ।