ରାଜ୍ୟ ବିକାଶରେ କେନ୍ଦୁଝରର ବଡ଼ ଅଂଶ, ମୁଁ ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛି..
1 min readନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ନବୀନ ଯୁଗ । ଜୟ ମା ତାରିଣୀରୁ ଆରମ୍ଭ କରିଥିଲେ ଭାଷଣ । ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଆପଣଙ୍କୁ ଭେଟି ବହୁତ ଖୁସି । ଏ ମାଟିର ବିପ୍ଲବୀ ଧରଣୀଧରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଜି ସାରା ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୌରବର ଦିନ । ବହୁ ଦିନର ଆଶା ପୂରଣ ହୋଇଛିନ । ଏହା ରାଜ୍ୟର 10 ତମ ମେଡିକାଲ କଲେଜ । ଆପଣ ମାନେ ଖୁସି ତ ବୋଲି ଉଦବୋକଧନ ଦେଇଥିଲେ । ପ୍ରତି ଉତ୍ତରରେ କହିଥିଲେ ମୁଁ ବି ବହୁତ ଖୁସି… ଜିଲ୍ଲାରେ ମେଡିକାଲ କଲେଜ ହେବା ଦ୍ୱାରା ଅଧିକ ଡାକ୍ତର ବାହାରିବେ । ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ ।
ଗରିବ ରୋଗୀଙ୍କୁ ଆଉ କଟକ ଭୁବନେଶ୍ୱର ଯିବାକୁ ପଡିବ ନାହିଁ । କ୍ୟାନ୍ସର କେୟାର ଓ ନର୍ସିଙ୍ଗ କଲେଜ ଏଠାରେ ଖୁବ ଶୀଘ୍ର ଖୋଲାଯିବ । ମୋ ପାଇଁ ସବୁ ଜୀବନ ମୂଲ୍ୟବାନ । ଏହା ସ୍ୱାସ୍ଥ୍ୟ ସେବାକୁ ବାଟ ଦେଖାଇଛି । BSKY ସୁବିଧା ଅନେକ ପାଇଛନ୍ତି । ଏହା ସାରା ଭାରତ ବର୍ଷରେ ଶ୍ରେଷ୍ଠ ଯୋଜନା । ଭଲ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି ସାଧାରଣ ରୋଗୀ । କେନ୍ଦୁଝରର 24 ହଜାର ଲୋକ ସୁବିଧା ପାଇଛନ୍ତି । କେନ୍ଦୁଝର ଖଣି ଅଞ୍ଚଳ, ଓଡ଼ିଶା ବିକାଶରେ ଏହାର ବହୁତ ଅଂଶ ଅଛି । ମିଲେଟ ମିଶନରେ କେନ୍ଦୁଝର ଚାଷୀ ସୁନାମ ଆଣିଥିବାରୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମିଶନ ଶକ୍ତି ମହିଳା ମାନେ ଆଜି ରୋଜଗାର କ୍ଷମ ହୋଇଛନ୍ତି । ନିଜ ପରିବାର, ଅଞ୍ଚଳ ଏବଂ ରାଜ୍ୟର ବିକାଶରେ ସହାୟକ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭାଷଣରେ ଚାଷୀ, ମହିଳା ଓ ଯୁବକଙ୍କୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ ଚାଷୀ-ଯୁବକ-ମହିଳା ଆମ ରାଜ୍ୟର ତ୍ରିଶକ୍ତି । ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବାରେ ଗୁରୁତ୍ୱ ବହନ କରିବେ ଏମାନେ ।