spot_img

Latest Posts

ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ: ଶିଶୁ ଓ ମହିଳା ବିରୋଧୀ ଅପରାଧ ନେଇ ଗଠିତ ହେବ ପୋଲିସର ସ୍ୱତନ୍ତ୍ର ଓ୍ୱିଙ୍ଗ୍

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ପୋଲିସ ବିଭାଗର କାର୍ଯ୍ୟକୁ  ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ କରୋନା ମୁକାବିଲାରେ ନିଜ ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୩୮ ଜଣ ପୋଲିସ କର୍ମଚାରୀଙ୍କ ପରିବାରକୁ ରେକର୍ଡ ସମୟ ମଧ୍ୟରେ ସ୍ୱତନ୍ତ୍ର ପେନସନ୍ ଯୋଗାଇଦିଆଯାଇଥିବା ୨୯ ଟି ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯାଇଛି । ଅନ୍ୟମାନଙ୍କୁ ଖୁବଶୀଘ୍ର ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅପରପକ୍ଷରେ କରୋନରୁ ସୁସ୍ଥ ହୋଇ ପ୍ଳାଜ୍‌ମା ଦାନ କରିଥିବା ୯୩୦ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।              ରାଜ୍ୟରେ ମାଓବାଦୀଙ୍କୁ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମାଓ ବିରୋଧୀ ମୁକାବିଲାରେ ୨ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଭରଣପୋଷଣ ରାଜ୍ୟ ପୋଲିସ ଦ୍ୱାରା ବହନ କରାଯିବ । ଯୋଗାଯୋଗ କ୍ଷେତ୍ରରେ ମାଲକାନଗିରି ଓ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଅନୁଗୁଳ ଓ କେନ୍ଦୁଝରରେ ଶିଳ୍ପ ବାତାବରଣ ବୃଦ୍ଧି ଦିଗରେ ସେଠାକାର ଏସ୍‌ପିଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକେ ଥାନାକୁ ଆସି ସେମାନଙ୍କ ଅଭିଯୋଗ ଜଣାଇପାରିବେ ଏବଂ ସେମାନଙ୍କ ସହ ଯେଭଳି ସଠିକ୍ ବ୍ୟବହାର କରାଯିବ ସେନେଇ ମୋ ସରକାର ଲାଗୁ କରାଯାଇଥିଲା । ଏବଂ ଏହାର ସୁଫଳ ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଶିଶୁ ଏବଂ ମହିଳା ବିରୋଧରେ ଅପରାଧର ତଦନ୍ତ ନେଇ ଗଠିତ ହେବ ସ୍ୱତନ୍ତ୍ର ଓ୍ୱିଙ୍ଗ୍ । ଏ ନେଇ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Latest Posts

Don't Miss