ଓଡ଼ିଶାରେ ସୃଷ୍ଟି ହେବ ଅପାର ନିଯୁକ୍ତି ସୁଯୋଗ, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଟୋକିଓ: ନିପ୍ପନ ଷ୍ଟିଲର ପୁଞ୍ଜି ନିବେଶ ପ୍ରସ୍ତାବ ପରେ ମଖ୍ୟମନ୍ତ୍ରୀ ଖୁସି  । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ନିପ୍ପନ ଷ୍ଟିଲର ନିବେଶର ଦ୍ବାରା ରାଜ୍ୟରେ ଅର୍ଥନୀତି ସହ ରୋଜଗାର ସୁଯୋଗ ସୃଷ୍ଟି ହେବ । ୩୦ ମିଲିୟନ ଟନ୍ ଷ୍ଟିଲ ପ୍ଲାଣ୍ଟ କରିବ ନିପ୍ପନ । ଜାପାନରୁ ଛୁଟିବ ନିବେଶର ସୁଅ । ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ଏକ ଆଲୋଚନା କରି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏକ ଭିଡିଓ ସୋସିଆଲ ମିଜିଆରେ ଅପଲୋଡ କରିଛନ୍ତି ।

ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିପ୍ପନ ଷ୍ଟିଲକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ସରକାର । ନିପ୍ପନ ଷ୍ଟିଲ ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ କରିବ । ଓଡ଼ିଶାରେ ନିପ୍ପନ ଷ୍ଟିଲ ସର୍ବବୃହତ ପୁଞ୍ଜି ନିବେଶ କରିବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ ।

ଆଜି ନିପ୍ପନ ଷ୍ଟିଲ ମୁଖ୍ୟଙ୍କ ସହ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଜାପାନରେ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧି ଗଣ ଏହି ବୈଠକରେ ଉପସ୍ଥିତ ରହିଥିଲେ  ।